www.samajalive.in
Monday, December 8, 2025
27.1 C
Bhubaneswar

ସମାଜର ବିକାଶ ପାଇଁ ଖବର ପରିବେଷଣ ହେଉ

ଭୁବନେଶ୍ଵର: ସମାଜର ବିକାଶ ପାଇଁ ଖବର ପରିବେଷଣ କରାଯିବା ଉଚିତ୍ ବୋଲି ହିନ୍ଦୀ ଖବର କାଗଜ ସନ୍‌ମାର୍ଗ  ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥିମାନେ ମତପୋଷଣ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ନିଚ୍ଛକ, ନିରପେକ୍ଷ ଓ ସତ୍ୟ ଖବର ପ୍ରକାଶ ହେଲେ ନିଶ୍ଚିତ ସମାଜର ମଙ୍ଗଳ ହେବ। ମୁଖ୍ୟ ବକ୍ତା  ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ କହିଥିଲେ ଯେ ଗଠନମୂଳକ ସମ୍ବାଦ ପରିବେଷଣ ଉପରେ ସମସ୍ତେ ଗୁରୁତ୍ଵ ଦେବା ଆବଶ୍ୟକ। ସମ୍ମାନିତ ଅତିଥି ଭାବେ ସମାଜର ମୁଦ୍ରାକର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ , ସମାଜସେବୀ ଅଜୟ ଅଗ୍ରଓ୍ବାଲ ଉପସ୍ଥିତ ଥିଲେ। ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜର ମୁଦ୍ରାକର ଓ ପ୍ରକାଶକ  ଡ. ପ୍ରଭାସ ଆଚାର୍ଯ୍ୟଙ୍କ ସମତେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଓ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୁଧବାର ଅପରାହ୍ନରେ ସଡକ ସୁରକ୍ଷା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ଡିଏମଇଟି ଡା. ଉମାକାନ୍ତ ଶତପଥି, ଛତିଆ ଏଚଏମଭି ପ୍ରଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ସାଦ୍ଦିକ ହୁସାନୀ ସଦ ପ୍ରମୁଖ ଯୋଗଦେଇଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories