www.samajalive.in
Monday, December 8, 2025
17.1 C
Bhubaneswar

ଭିଡିଓରେ ଦେଖନ୍ତୁ… ଛାତ ଉପରେ ଶୋଇଛି କୁମ୍ଭୀର

ସମାଜ ଡିଜିଟାଲ ଡେସ୍କ: ପ୍ରବଳ ବର୍ଷା ଯୋଗୁ ଆସିଲା ବନ୍ୟା। ଘରେ ପାଣି ପଶିଲା। ଏବେ ଘରର ଟିଣ ଛାତ ଉପରେ ଶୋଇଛି କୁମ୍ଭୀର। ଏଭଳି ଭୟଙ୍କର ଦୃଶ୍ୟ ଆସିଛି ଗୁଜରାଟରୁ। ପ୍ରବଳ ବର୍ଷା ଯୋଗୁ ଗୁଜରାଟର ଭଦୋଦରା ଅଞ୍ଚଳରେ ଅଚାନକ ବନ୍ୟା ଆସିବା ଫଳରେ ହଜାର ହଜାର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ପ୍ରଶାସନ ପକ୍ଷରୁ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। ହେଲେ ଏହା ଭିତରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ। ବନ୍ୟା ଜଳରେ କୁମ୍ଭୀର ଆସି ଘରେ ପଶୁଛି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ଭିଡିଓ ଶେୟାର କରାଯାଇଛି, ଯେଉଁଥିରେ ବନ୍ୟା ଜଳରେ ଆସିଥିବା ଏକ କୁମ୍ଭୀର ଛାତ ଉପରେ ଥିବା ଦେଖିବାକୁ ମିଳିଛି। ଦୃଶ୍ୟଟି ଅକୋଟା ଷ୍ଟାଡିୟମ ଅଞ୍ଚଳର। ବନ୍ୟା ଜଳରେ କୁମ୍ଭୀରକୁ ଦେଖିବା ପରେ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ଅଞ୍ଚଳରେ ଏବେ ୬ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି। ପ୍ରବଳ ବର୍ଷା ଯୋଗୁ ଗୁଜରାଟରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories