www.samajalive.in
Thursday, December 11, 2025
27.1 C
Bhubaneswar

ଜାତୀୟ କ୍ରୀଡା ସପ୍ତାହ : ଧଉଳିଗିରିରେ କିକ୍ ବକ୍ସିଙ୍ଗ ଓ ପେଞ୍ଚକ ସିଲେଟ୍ ମାର୍ଶାଲ ଆର୍ଟ ପ୍ରଦର୍ଶନ

ଭୁବନେଶ୍ୱର  : ଜାତୀୟ କ୍ରୀଡ଼ା ସପ୍ତାହ ପାଳନ ଅବସରରେ ଆଜି ଓଡିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଧଉଳିଗିରି ଶାନ୍ତିସ୍ତୁପ ଠାରେ କିକ୍ ବକ୍ସିଙ୍ଗ ଓ ପେଂଚକ ସିଲେଟ୍ ମାର୍ଶାଲ ଆର୍ଟ ପ୍ରଦର୍ଶନ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଏକାମ୍ର, ଭୁବନେଶ୍ୱର ଶ୍ରୀ ବାବୁ ସିଂ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ଏଥିସହ କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀ, ଓଡିଶା କିକ୍‌ ବକ୍ସିଂ ଆସୋସିଏସନ୍‌ ଓ ଓଡିଶା ପେଂଚକ ସିଲେଟ୍ ଆସୋସିଏସନ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଜିର ଏହି କିକ୍ ବକ୍ସିଙ୍ଗ ଓ ପେଂଚକ ସିଲେଟ ମାର୍ଶାଲ ଆର୍ଟ ମାଧ୍ୟମରେ କ୍ରୀଡାବିତ୍‌ ମାନେ ନିଜର ଦକ୍ଷତା, ଶୃଙ୍ଖଳା ଏବଂ ଆତ୍ମରକ୍ଷା କୌଶଳକୁ ପ୍ରଦର୍ଶନ କରିଥିଲେ। ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ସମସ୍ତ କ୍ରୀଡାବିତ୍‌ ମାନେ ଦର୍ଶକ ମାନଙ୍କର ପ୍ରଶଂସା ମଧ୍ୟ ସାଉଁଟି ଥିଲେ।ପ୍ରକାଶଯୋଗ୍ୟ ଯେ,କିକ୍ ବକ୍ସିଂ ର ଉତ୍ପତ୍ତି ୟୁରୋପରେ ହୋଇଥିବା ବେଳେ ପେଂଚକ ସିଲେଟ୍ ଇଣ୍ଡୋନେସିଆ ଏବଂ ମାଲେସିଆର ପାରମ୍ପରିକ ମାର୍ଶାଲ ଆର୍ଟ ଅଟେ। ଉଭୟ ମାର୍ଶାଲ ଆର୍ଟ ମୁଖ୍ୟତଃ କ୍ରୀଡାବିତ୍‌ ମାନଙ୍କର ଅଦମ୍ୟ ଦକ୍ଷତା ଓ ଆତ୍ମରକ୍ଷା କୌଶଳ ଆଦିକୁ ନିଖୁଣ ଭାବେ ପ୍ରଦର୍ଶିତ କରିଥାଏ।

- Advertisement -

ଏଥି ସହିତ ଜାତୀୟ କ୍ରୀଡ଼ା ସପ୍ତାହ ପାଳନ ଅବସରରେ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍ ଠାରେ ମଧ୍ୟ ବିଭିନ୍ନ ଆଥଲେଟିକ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କ୍ରୀଡ଼ାବିତ୍ ମାନେ ଫିଟ୍ ଇଣ୍ଡିଆ ଶପଥ ଗ୍ରହଣ କରିବା ସହ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତଯୋଗିତା ଯଥା ଲଙ୍ଗଜମ୍ପ, ଜାଭେଲିନ ଆଦିରେ ଅଂଶଗ୍ରହଣ କରିଥିଲେ ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories