www.samajalive.in
Monday, December 8, 2025
20.1 C
Bhubaneswar

ସରସ୍ବତୀ ଶିଶୁମନ୍ଦିରରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା

ଆଠଗଡ: ଆଠଗଡ ସହରର ରାସରସିକପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ଅଦ୍ୱୈତ ଚରଣ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଶିଳାଧାମ ଆଶ୍ରମର ବାବା ଯଶୋଦାନନ୍ଦନ ଦାସ ମହାରାଜ ଜନ୍ମାଷ୍ଟମୀର ମହତ୍ତ୍ବ, ଆଧ୍ୟାତ୍ମିକ ପୃଷ୍ଠଭୂମି ଓ ଭଗବାନ ଶ୍ରୀକୃଷ୍ଣଙ୍କ ମହିମା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟା ରଶ୍ମିତା ନନ୍ଦ ଶ୍ରୀମଦ୍ ଭଗବତ ଗୀତାର ଦଶମ ସ୍କନ୍ଧରେ ଥିବା ଶ୍ରୀକୃଷ୍ଣଙ୍କ ଜନ୍ମ ଅଧ୍ୟାୟ ପଠନ କରିଥିଲେ। ଏହି ଅବସରରେ ଅରୁଣ ଶ୍ରେଣୀ ଓ ଉଦୟ ଶ୍ରେଣୀର ଶିଶୁ ବିଦ୍ୟାର୍ଥୀଙ୍କୁ ନେଇ ଏକ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ରୁ ଊର୍ଦ୍ଧ୍ବ ଶିଶୁ ଭାଗନେଇଥିଲେ। ଏଥିରେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିବା ଅରୁଣ ଶ୍ରେଣୀର ସୌମ୍ୟାଶ୍ରୀ ରଣା, ସାଇ କୃପାଳୁ ବେହେରା ଓ ସୁଶ୍ରୀ ସାଇ ସାଗନିକା ଏବଂ ଉଦୟ ଶ୍ରେଣୀର ଜ୍ୟୋତି ରଞ୍ଜନ ରାଉତ, ପତ୍ରଲିକା ରାଓ ଓ ସୋମ୍ ସୁଜିତ ପଣ୍ଡାଙ୍କୁ ସଭାପତି ଶ୍ରୀ ପଣ୍ଡା ଓ ସମ୍ପାଦକ ଶରତ କୁମାର ସାମନ୍ତ ପୁରସ୍କୃତ କରିଥିଲେ। ପରେ ପରେ କ୍ରୀଡା ଶିକ୍ଷକ ତଥା ନୃତ୍ୟଗୁରୁ ରଘୁନାଥ ଦାସଙ୍କ ତତ୍ତ୍ବାବଧାନରେ ରାଧାକୃଷ୍ଣ, ଗୋପୀ, ଗୋପାଳ ବେଶଧାରୀ ଏବଂ ଅନ୍ୟ ବିଦ୍ୟାର୍ଥୀ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories