www.samajalive.in
Monday, December 8, 2025
27.1 C
Bhubaneswar

ସଦସ୍ୟତା ଅଭିଯାନ ପାଇଁ ବିଜେପି ସାକ୍ଷୀଗୋପିନାଥ ମଣ୍ଡଳର ପ୍ରସ୍ତୁତି ବୈଠକ

ସମ୍ବଲପୁର: ଭାରତୀୟ ଜନତା ପାର୍ଟି ର ବର୍ତ୍ତମାନ ଦେଶ ବ୍ୟାପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ରେ ବର୍ତ୍ତମାନ ପ୍ରଥମେ ରାଷ୍ଟ୍ରୀୟ, ରାଜ୍ୟ, ଜିଲ୍ଲା ଓ ମଣ୍ଡଳ ସ୍ତରରେ ପ୍ରସ୍ତୁତି ବୈଠକ ମାନ ଆୟୋଜନ ହେଉଛି। ଆସନ୍ତା ସେପ୍ଟେମ୍ବର ପହିଲାରୁ ମିସକଲ ଜରିଆରେ ସଦସ୍ୟତା ଗ୍ରହଣ କରିବାର ପ୍ରକ୍ରିୟା ଆରମ୍ଭ ହେବ। ପ୍ରସ୍ତୁତି ବୈଠକ ଗୁଡିକରେ ବିଜେପି ଦଳର ନୀତି, ଆଦର୍ଶ, ଲକ୍ଷ ଓ ବିଜେପି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନେଇ ସାଧାରଣ ଲୋକଙ୍କୁ ଦଳ ସହିତ ଯୋଡିବା ପାଇଁ କର୍ମୀ ଓ ପଦାଧିକାରୀଙ୍କୁ ସୂଚିତ କରାଯାଉଛି। ସଦସ୍ୟା ଅଭିଯାନ ଫଳରେ ଦଳକୁ ଆହୁରି ସୁଦୃଢ, ସକ୍ରିୟ ଓ ମଜଭୁତ କରିବା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ନିଜର ସହାଭାଗିତା ପାଇଁ ଏହି ସଦସ୍ୟତା ଅଭିଯାନର ମୂଳ ଲକ୍ଷ। ଏହି ମର୍ମରେ ସମ୍ବଲପୁର ଜିଲ୍ଲା ବିଜେପିର ସାକ୍ଷୀଗୋପୀନାଥ ମଣ୍ଡଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରାଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକକୁ ମଣ୍ଡଳ ସାଧାରଣ ସମ୍ପାଦକ ସୌମିତ୍ର ଜତି ପରିଚାଳନା କରିଥିଲେ। ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଲେ ବରିଷ୍ଠ ନେତା ଡ଼.ପ୍ରମୋଦ ରଥ, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ଜିଲ୍ଲା ଉପସଭାପତି ଫଣୀ ଭୂଷଣ ମିଶ୍ର କର୍ମୀଙ୍କୁ ସଦସ୍ୟତା ଅଭିଯାନ ର ଆକାର, ପ୍ରକାର, ଲକ୍ଷ, ଉଦ୍ଦେଶ୍ୟ ସମ୍ପର୍କରେ ବୁଝେଇଥିଲେ। ବୈଠକରେ ସାକ୍ଷୀଗୋପୀନାଥ ମଣ୍ଡଳର ସଦସ୍ୟତା ଅଭିଯାନର ସଂଯୋଜକ ଭାବେ ସନ୍ତୋଷ ଡାଲୁଆ ଏବଂ ସହ ସଂଯୋଜକ ଭାବେ କ୍ରିଷ୍ଣା ମହାକୁଡ଼ ଓ ସୌମିତ୍ର ଜତି ଙ୍କୁ ଦାୟିତ୍ୱ ଦିଆଯାଇଛି। ବୈଠକ ରେ ରାଜେଶ ସାହୁ, ଆରତୀ ବରାଡ଼, ଦୀପ୍ତିମୟୀ ବାରିକ, ଭବାନୀ ଦୁଷର ଓ ମଞ୍ଜୁଲା ଓରାମ ମଞ୍ଚାସିନ ଥିବା ବେଳେ ହୀରା ମୁଣ୍ଡା, ଗୋପାଲ ଅଗ୍ରୱାଲ, ହରିହର ପଣ୍ଡା, ଶୈଳେନ୍ଦ୍ର ପୁରୋଜିତ, ଅଜିତ ବେହେରା, କର୍ଣ ଓରାମ, ସନ୍ତୋଷ ମହାନନ୍ଦ, ମାଧବ ଓରାମ, ରୁଦ୍ରମଣୀ ଓରାମ, ବନମାଳୀ ଓରାମ, ସୁରଜ ତାଣ୍ଡି, ସନ୍ତୋଷ ମୁଣ୍ଡା, ରାଜକୁମାର ଦାସ, ମିନା ମୁଣ୍ଡା, ରଶ୍ମିତା ମିଶ୍ର, ସଶ୍ମିତା ସିଂ, ମିନାକ୍ଷୀ ବାରିକ ମମତା ହେମ୍ରମ ପ୍ରମୁଖ ସାମିଲ ଥିଲେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories