www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ଖାଇ ସାରିଥିଲେ ଅଧା ଦୋସା, ବାହାରିଲା ପୋଡି ଯାଇଥିବା ଅସରପା..

ନୂଆଦିଲ୍ଲୀ : ଖାଦ୍ୟପେୟ ଜିନିଷ ପ୍ରତି ଶୁଦ୍ଧତା ଓ ଧ୍ୟାନ ଦେବା ନିତାନ୍ତ ଜରୁରୀ । ମାତ୍ର ବର୍ତ୍ତମାନ ସମୟରେ ମହଙ୍ଗା ହୋଟେଲ ହେଉ କିମ୍ବା ଅନ୍ୟ ସ୍ଥାନରେ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଉନଥିବା ଦେଖା ଯାଉଛି । ସୋସିଆଲ ମିଡିଆରେ ଖାଦ୍ୟରୁ ଅସରପା, ପୋକ ଆଦି ବାହାରୁଥିବା ଅନେକ ଭିଡିଓ ସାମ୍ନାକୁ ଆସୁଛି । ନିକଟରେ ହାଇଦ୍ରାବାଦର ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ।


ହାଇଦ୍ରାବାଦର ଏକ ହୋଟେଲରେ ଜଣେ ଗ୍ରାହକଙ୍କ ନିକଟରେ ପରଷା ଯାଇଥିବା ଖାଦ୍ୟ ଖାଉଥିବା ସମୟରେ ଏଭଳି କିଛି ଘଟିଛି, ଯାହାକୁ ଦେଖିଲେ ଆପଣଙ୍କ ହୋସ୍‌ ମଧ୍ୟ ଉଡିଯିବ ।
ଜଣେ ଗ୍ରାହକ ଦୋସା ଅର୍ଡର କରିଥିଲେ । ତାଙ୍କୁ ପରଷା ଯାଇଥିବା ଦୋସାକୁ ଖାଇବାକୁ ଆରମ୍ଭ କରିଥିଲେ । ଏହି ଘଟଣା ୨୩ ଅଗଷ୍ଟର । ଫିରୋଜଗୁଡା ଅଞ୍ଚଳରେ ରାସ୍ତାରେ ଥିବା ଏକ ହୋଟେଲର । ଗ୍ରାହକ ଜଣକ ଦୋସା ଖାଇବା ସମୟରେ ସେଥିରେ ଏକ ପୋଡି ଯାଇଥିବା ଅସରପା ମିଳିଥିଲା ।
ଗ୍ରାହକ ଜଣକ ଏଥିରେ ଆଶ୍ଚର୍ଯ୍ୟ ହେବା ସହ କହିଥିଲେ ସେ ଅଧା ଦୋସା ଖାଇବା ପରେ ଅସରପା ଦେଖିଥିଲେ । ଏହାପରେ ହୋଟେଲ କର୍ମଚାରୀ ଗ୍ରାହକଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।
ଗ୍ରାହକ ଜଣକ ନିଜ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହେବା ସହ ହୋଟେଲ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଖାଦ୍ୟ ଜିନିଷରେ ଏଭଳି ଅସରପା ବାହାରିବା ଭିଡିଓ ଦେଖି ଲୋକେ ଚିନ୍ତା ପ୍ରକଟ କରିଛନ୍ତି । ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

- Advertisement -

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories