www.samajalive.in
Monday, December 8, 2025
17.1 C
Bhubaneswar

ରାସ୍ତା କଡରୁ ଗଛ କାଟିବାବେଳେ ଧରିଲେ ଡିଏଫଓ, ଟ୍ରାକ୍ଟର ସହ କାଠ ଜବତ 

ଆଠଗଡ : ଆଠଗଡ-ମୁଣ୍ଡଳି ଭାୟା କନ୍ଦରପୁର ରାସ୍ତା କଦମ୍ବପାଟଣା ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବରେ ଏକ ବିରାଟ ଚାକୁଣ୍ଡା ଗଛ କାଠ ମାଫିଆ କାଟି ନେଇଯିବାକୁ ଉଦ୍ୟମ କରୁଥିଲେ । ସେହି ରାସ୍ତା ଦେଇ ଅପରାହ୍ନ ୫ଟାବେଳେ ଯାଉଥିବା ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତି ଏହା ଦେଖି ଗାଡିରୁ ଓହ୍ଲାଇବା କ୍ଷଣି କଛ କାଟୁଥିବା ଶ୍ରମିକ ଓ କାଠ ମାଫିଆ ସେଠାରୁ ଦୌଡି ଚମ୍ପଟ ମାରିଥିଲେ । ରାଜନଗର ସେକ୍ସନ ଅଧିନ ପାଟେଣିଗାଁ ବିଟ ଅଞ୍ଚଳର ମହାନଦୀ ବନ୍ଧ ରାସ୍ତା କଡରୁ ଏହି ବିଶାଳ ଚାକୁଣ୍ଡା ଗଛଟିକୁ କାଟି କାଠଗଡଗୁଡିକୁ ଏକ ଟ୍ରାକ୍ଟର ସାହାଯ୍ଯରେ ନେବା ପାଇଁ ଚୋରା କାଠ ବ୍ୟବସାୟୀ ଉଦ୍ୟମ କରୁଥିଲେ । ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ବନପାଳ ସୁଶୀଲ କୁମାର ଜେନା ଓ କନ୍ଦରପୁର ବନରକ୍ଷୀ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ବନବିଭାଗ ସ୍କ୍ୱାର୍ଡ କର୍ମଚାରୀ ସେଠାରେ ତତକ୍ଷଣାତ ପହଞ୍ଚି କଟାଯାଇଥିବା କାଠ ସହିତ ଟ୍ରାକ୍ଟରଟିକୁ  ଜବତ କରିଥିଲେ ।

ଜବତ ଟ୍ରାକ୍ଟର ଓ କାଠ ଗଡଗୁଡିକୁ ବନଖଣ୍ଡସ୍ଥିତ ନର୍ସରୀକୁ ଆଣି ସେଠାରେ ରଖାଯାଇଥିବା ଜଣାପଡିଛି । ମେଘା ପଞ୍ଚାୟତର ଧୁରୁକୁଡିଆ ଗ୍ରାମର ଜଣେ ଅଭ୍ୟାସଗତ ଚୋରା କାଠ ବ୍ୟବସାୟୀ ଏହି ଗଛ କାଟିଥିବା ବନବିଭାଗ ସନ୍ଦେହ କରୁଛି । ସଂପୃକ୍ତ କାଠ ବ୍ୟବସାୟୀ ସେ ଅଞ୍ଚଳରେ ଥିବା ଜଗନ୍ନାଥ ବନ ପ୍ରକଳ୍ପ ଓ ନିକଟବର୍ତ୍ତୀ ସୁକାଶନ ସଂରକ୍ଷିତ ଜଙ୍ଗଲରୁ ନିୟମିତ ଶହ ଶହ ମୂଲ୍ୟବାନ ଗଛ କାଟି ବିକ୍ରି କରିଥିବା ଓ ଏବେବି ବିକ୍ରି କରୁଥିବା ଅଭିଯୋଗ ହେଉଛି । ଏପରକି ବହୁବାର ବନବିଭାଗ ଓ ଭିଜିଲାନ୍ସ ସ୍କ୍ୱାର୍ଡ ତାଙ୍କ କୁକୁଡା ଫାର୍ମ ଓ ବାଡିବଗିଚାରେ ଚଢାଉ କରି ବହୁ ପରିମାଣର ଚୋରା କାଠ ଜବତ କରିଥିଲେ ମଧ୍ଯ ତାଙ୍କର ଚୋରା କାଠ ବ୍ୟବସାୟ ବନ୍ଦ ହେବାର ନାଁ ଧରୁନାହିଁ । ନିକଟ ଅତୀତରେ ତାଙ୍କର ଏକ କାଠ ଜବତ କରି ଆଣୁଥିବା ବନବିଭାଗ ଗାଡି ସହିତ ଟ୍ରାକ୍ଟର ଧକ୍କା କରି ବନ କର୍ମଚାରୀଙ୍କୁ ମାରିଦେବାକୁ ଉଦ୍ୟମ କରିବା ଭଳି ଘଟଣା ଘଟିଯାଇଛି । ସଂପୃକ୍ତ ଚୋରା କାଠ ବ୍ୟବସାୟୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଛି ।

- Advertisement -

 

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories