ଆଜି ଧୈର୍ଯ୍ୟର ସହ ସମସ୍ୟାର ସମାଧାନ କରିବେ: ଶନିବାର ରାଶିଫଳ
ମେଷ: ଭିନ୍ନ ଭିନ୍ନ ସୂତ୍ରରୁ ଆୟ ହେବାର ସୂଚନା ମିଳୁଛି। ଆପଣଙ୍କ ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଭୋଜନ ରୁଚିପୂର୍ଣ୍ଣ ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ମହତ ହେବ।
ବୃଷ: ପ୍ରତ୍ୟେକ ଅସାଧ୍ୟକୁ ସାଧନ କରିପାରନ୍ତି। ନିଜ ମନରେ ସାହସ ଓ ଆତ୍ମପ୍ରତ୍ୟୟ ସୃଷ୍ଟି ହେଲେ ଲକ୍ଷ୍ୟସ୍ଥଳରେ ଉପନୀତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଅଯଥା ବିତର୍କରେ ଭାଗ ନ ନେବା ଭଲ।
ମିଥୁନ: ଜଣେ ଜ୍ଞାନୀ ବ୍ୟକ୍ତିଭାବେ ଶ୍ରେୟକୁ ଗ୍ରହଣ କରି ହେୟକୁ ପରିତ୍ୟାଗ କରିପାରନ୍ତି। ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।
କର୍କଟ: ପରୋପକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଧର୍ମ ସହାୟତାରେ ସୁଖ ପ୍ରାପ୍ତିର ସୂଚନା ମିଳୁଛି। ଆୟୁଷ୍ମାନ୍ ହେବେ। ବିପଦରୁ ତୁରନ୍ତ ଉଦ୍ଧାର ପାଇପାରନ୍ତି। କଠିନ ପରିଶ୍ରମ କରି ଯଶସ୍ବୀ ହୋଇପାରନ୍ତି।
ସିଂହ: ମାତୃଶକ୍ତିକୁ ଦିଗ୍ଦିର୍ଶନ ଦେଇ ପୂଜ୍ୟପୂଜାର ଆଧାର ହେବେ। ବିଭିନ୍ନ ସୂତ୍ରରୁ ଦାନାଦି ଅର୍ଥ ଆସିପାରେ। ଜଣେ ମିଷ୍ଟଭାଷୀ ବ୍ୟକ୍ତିଭାବେ ସମସ୍ତଙ୍କ ପ୍ରିୟପାତ୍ର ହେବେ। ଦାମ୍ପତ୍ୟ ଜୀବନ କର୍ମବହୁଳ ହେବ।
କନ୍ୟା: ଉପୁଜିଥିବା ବିଶୃଙ୍ଖଳାକୁ ଅତିକ୍ରମ କରିବାର ଶକ୍ତି ଆପଣଙ୍କର ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବେ। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ନିଜ ଭିତରେ ଥିବା ସୂର୍ଯ୍ୟକୁ ଉଦୟ କରି ପାବଚ୍ଛ ଅତିକ୍ରମ କରିବେ। ଖୁସୀ ରହିବେ।
ବିଛା: ଆଚାର, ବ୍ୟବହାରରେ ଶତ୍ରୁର ହୃଦୟ ଜୟ କରିପାରନ୍ତି। ଗୋଟିଏ ମୁଦ୍ରା ପ୍ରାପ୍ତିର ସୂଚନା ମିଳୁଛି। ଯେଉଁ ମୁଦ୍ରାର ଗୋଟିଏ ପାର୍ଶ୍ବ ଶକ୍ତିଯୁକ୍ତ ଓ ଅନ୍ୟ ପାର୍ଶ୍ବଟି ଭକ୍ତି ରସାତ୍ମକ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ଧନୁ: ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ଲେଖାରେ ନିଜର ମହାନତା ପରିସ୍ଫୁଟ କରି ସମସ୍ତଙ୍କ ଆସ୍ଥାଭାଜନ ହେବେ। ସ୍ବୟଂସିଦ୍ଧ ହେବେ। ଅନନ୍ୟ ବିରଳ ପ୍ରତିଭାସମ୍ପନ୍ନ ହେବେ। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ।
ମକର: ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିପାରନ୍ତି। ପରିଶ୍ରମ ଯେତେ କଷ୍ଟସାଧ୍ୟ ହେଲେ ବି ତା’ର ସୁସମ୍ପାଦନ କରି ଉଚିତ ପ୍ରାପ୍ୟ ହାସଲ କରିବେ।
କୁମ୍ଭ: ଏକ ମହାନ୍ ଶକ୍ତି ଆପଣଙ୍କଠାରେ ନିହିତ ଅଛି, ଯାହା ପ୍ରତ୍ୟେକ ଦିଶାରେ ଜୀବନକୁ ଅଗ୍ରଗାମୀ କରାଇବାରେ ସହାୟକ ହେବ। ଆଧ୍ୟାତ୍ମବାଦୀ ହେବେ। ଅର୍ଜିତ ଧନ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ।
ମୀନ: ଈର୍ଷାଠାରୁ ଦୂରେଇ ରହି ତ୍ୟାଗପୂତ ମନୋବୃତ୍ତିର ହେବାକୁ ପଡ଼ିବ। ଜଣେ କରିତ୍କର୍ମା ବ୍ୟକ୍ତିଭାବେ କର୍ତ୍ତବ୍ୟ ସମ୍ପାଦନ କରି ଲାଭବାନ୍ ହେବେ। ମତିମାନ୍ ହେବେ। ସଂଯମପୂର୍ଣ୍ଣ ଚରିତ୍ରର ନିଦର୍ଶନ ହେବେ।
Comments are closed.