www.samajalive.in
Thursday, December 11, 2025
27.1 C
Bhubaneswar

କେକ୍‌ କାଟି ବିଜୟୋତ୍ସବ ପାଳିଲେ ବିରାଟ-ଅନୁଷ୍କା

ସିଡ୍‌ନୀ : ୭୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତୀୟ କ୍ରିକେଟ ଦଳ ନିକଟରେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ୨-୧ରେ ପରାସ୍ତ କରି ଟେଷ୍ଟ ସିରିଜ ଜିତିବା ସହ ଇତିହାସ ସୃଷ୍ଟି କରିଛି। ଅଧିନାୟକ ବିରାଟ କୋହଲିଙ୍କ ସମେତ ସମସ୍ତ ଭାରତୀୟ ଖେଳାଳି ଓ କ୍ରିକେଟପ୍ରେମୀଙ୍କ ପାଇଁ ଏହା ଏକ ସୁସମ୍ବାଦ ପାଲଟିଛି। କୋହଲି ଓ ତାଙ୍କର ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ସୋମବାର ହୋଟେଲରେ କେକ୍‌ କାଟି ବିଜୟୋତ୍ସବ ପାଳନ କରିଛନ୍ତି। ଏହି ସଫଳତା ପାଇଁ ଅନୁଷ୍କା ଇନ୍‌ଷ୍ଟାଗ୍ରାମରେ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇବା ସହ କୋହଲିଙ୍କ କେକ୍‌ କାଟିବା ଫଟୋକୁ ଅପ୍‌ଲୋଡ କରିଛନ୍ତି। ସୋମବାର ସିଡ୍‌ନୀ ଟେଷ୍ଟର ପଞ୍ଚମ ଦିନର ଖେଳ ସମ୍ପୂର୍ଣ୍ଣ ବାତିଲ ହେବାପରେ ବିଜେତା ଭାରତୀୟ ଦଳକୁ ବର୍ଡର-ଗାଭାସ୍କର ଟ୍ରଫି ପ୍ରଦାନ କରାଯାଇଥିଲା।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories