www.samajalive.in
Sunday, December 7, 2025
15.1 C
Bhubaneswar

ବୁଲେଟ ପ୍ରୁଫ୍‌ କାଚ ଭିତରେ ରହି ଭାଷଣ ଦେଲେ ଟ୍ରମ୍ପ, ମହିଳା ଅସୁସ୍ଥ ହେବାରୁ ଅଧାରୁ ବନ୍ଦ କଲେ ଶୋଭାଯାତ୍ରା

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ତଥା ଉପରାଷ୍ଟ୍ରପତି କମଳା ହାରିସଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଛି। ଗତ ମାସରେ ଟ୍ରମ୍ପ ପେନସିଲଭାନିଆରେ ପ୍ରଚାର କରୁଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳିଟି କାନରେ ଘଷି ହୋଇ ଚାଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣା ପରଠାରୁ ସେ ବାହାରେ ପ୍ରଚାର କାର୍ଯ୍ୟ ବନ୍ଦ ରଖିଥିଲେ। ହେଲେ ବୁଧବାର ସେ ପ୍ରଥମ ଥର ଲାଗି ପ୍ରଚାର ଆରମ୍ଭ କରିଛନ୍ତି। ତେବେ ଏଥିପାଇଁ ସେ ସତର୍କତା ମୂଳକ ପଦକ୍ଷେପ ନେବା ସହିତ ଏକ ଭିନ୍ନ ଢଙ୍ଗରେ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମ ଥର ଲାଗି ସେ ବୁଲେଟ୍‌ ପ୍ରୁଫ କାଚ ଘର ଭିତରେ ରହି ପ୍ରଚାର କରୁଥିବା ଦେଖିବାକୁ ମିଳିଛି।


ଗତ ବୁଧବାର ସେ ଉତ୍ତର କାରୋଲିନାର ଆସେବୋରୋଠାରେ ପ୍ରଚାର କରୁଥିଲେ। ପୂର୍ବରୁ ଗୁଳିମାଡ଼ ହୋଇଥିବାରୁ ସେ ନିଜକୁ ସୁରକ୍ଷିତ ରଖିବା ଲାଗି ଏକ ବୁଲେଟ ପ୍ରୁଫ୍‌ କାଚ ଭିତରେ ରହି ଭାଷଣ ଦେଇଥିଲେ। ଅନ୍ୟପଟେ ଶୋଭାଯାତ୍ରାରେ ଭାଷଣ ଦେଉଥିବା ସମୟରେ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା।

- Advertisement -

ଭାଷଣ ଅଧାରୁ ବନ୍ଦ ରଖି ହଠାତ ସେ ଡାକ୍ତରୀ ଟିମକୁ ଖୋଜିଥିଲେ। ତେବେ ନିଜ ପାଇଁ ନୁହେଁ, ବରଂ ତାଙ୍କ ସଭାରେ ଯୋଗଦେଇଥିବା ଜଣେ ମହିଳାଙ୍କ ପାଇଁ। ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ସଭା ସ୍ଥଳରେ ଜଣେ ମହିଳା ଅସୁସ୍ଥ ଅନୁଭବ କରିଥିଲେ। ଟ୍ରମ୍ପ ଏହା ଜାଣିପାରି ଡାକ୍ତରଙ୍କ ସହାୟତା ଲୋଡ଼ିଥିଲେ। ତୁରନ୍ତ ଡାକ୍ତର ପହଞ୍ଚି ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। କିଛି ସମୟ ପରେ ମହିଳା ଜଣକ ସୁସ୍ଥ ଅନୁଭବ କରିବାରୁ ଟ୍ରମ୍ପ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇ ଅଧାରୁ ଶୋଭାଯାତ୍ରା ବନ୍ଦ କରିଥିଲେ। ତେବେ ଗୁଳିକାଣ୍ଡ ପରେ ଏହା ଟ୍ରମ୍ପଙ୍କ ପ୍ରଥମ ପ୍ରଚାର କାର୍ଯ୍ୟକ୍ରମ ହୋଇଥିବାରୁ ତାଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories