www.samajalive.in
Tuesday, December 9, 2025
16.1 C
Bhubaneswar

ବିଧାନସଭା ନିର୍ବାଚନ ପୂର୍ବରୁ ହେମନ୍ତଙ୍କ ଅଡୁଆ ବଢ଼ିଲା, ନୂଆ ଦଳ ଗଢ଼ିବେ ଚମ୍ପାଇ ସୋରେନ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସରେ ହୋଇପାରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ପ୍ରଥମତଃ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ହେମନ୍ତଙ୍କ ହାତ ଛାଡ଼ିଛନ୍ତି। ୨ୟରେ ସେ ନୂଆ ଦଳ ଗଢ଼ିବାକୁ ଘୋଷଣା କରିଛନ୍ତି। ଯାହା ବିଧାନସଭା ନିର୍ବାଚନରେ ହେମନ୍ତଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳା ପାଇଁ ବଡ଼ କଣ୍ଟା ସାଜିବ ବୋଲି କୁହାଯାଉଛି।

ଚମ୍ପାଇ ଦଳ ଛାଡ଼ିବା ପରେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା। ତାଙ୍କର ଆଗାମୀ ପଦକ୍ଷେପ କ’ଣ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। କିନ୍ତୁ ସାମାଜିକ ଗଣମାଧ୍ୟମରେ ତାଙ୍କର ଏକ ପୋଷ୍ଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଚମ୍ପାଇ କହିଛନ୍ତି ଯେ, ସେ ରାଜନୀତିରୁ ସନ୍ନ୍ୟାସ ନେବେନାହିଁ। ବରଂ ନୂଆ ଦଳ ଗଠନ କରିବେ। ସେ ୩ଟି ବିକଳ୍ପ ଧାର୍ଯ୍ୟ କରିଥିଲେ। ପ୍ରଥମଟି ଥିଲା ଅବସର, ୨ୟଟି ସଂଗଠନ ଏବଂ ୩ୟଟି ହେଉଛି ବନ୍ଧୁ। ସେ ଅବସର ନେବେନାହିଁ ବୋଲି କହିବା ସହିତ ନୂଆ ଦଳ ଗଠନ କରି ତାହାକୁ ସୁଦୃଢ଼ କରିବେ ବୋଲି ଘୋଷଣା କରିଛନ୍ତି। ଯଦି ଏହି ଯାତ୍ରାରେ କେହି ଭଲ ବନ୍ଧୁ ମିଳନ୍ତି, ତେବେ ତାଙ୍କ ସହିତ ଆଗକୁ ବଢ଼ିବେ ବୋଲି କହିଛନ୍ତି। ଏହାର ଅର୍ଥ କୌଣସି ଦଳ ଯଦି ତାଙ୍କ ଦଳ ସହିତ ମେଣ୍ଟ କରିବାକୁ ଚାହାଁନ୍ତି, ତେବେ ସେଥିପାଇଁ ଦ୍ଵାର ଉନ୍ମୁକ୍ତ ରହିବ ବୋଲି ଚମ୍ପାଇ ସଙ୍କେତ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories