www.samajalive.in
Monday, December 8, 2025
20.1 C
Bhubaneswar

ମହିଳାଙ୍କ ନିକଟରୁ ଝାମ୍ପି ନେଲେ ସୁନାଚେନ

ସିମୁଳିଆ : ଘରକୁ ଯିବା ନିମନ୍ତେ ଅଟୋରେ ବସିଥିବା ସମୟରେ ମହିଳା ବେକରେ ପିନ୍ଧିଥିବା ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ। ସୂଚନା ଅନୁଯାୟୀ,ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମ୍ମୁଝାଡ଼ି ବସ ଷ୍ଟାଣ୍ଡ ନିକଟରେ ଏକ ଅଟୋରେ ବାସୁଦେବପୁର ଅଞ୍ଚଳର ମମତାରାଣୀ ପ୍ରଧାନ ବସିଥିବା ବେଳେ ପଛପଟୁ ବାଇକରେ ତିନିଜଣ ଦୁର୍ବୃତ୍ତ ଆସି ବେକରେ ପିନ୍ଧିଥିବା ସୁନାଚେନ ଝାମ୍ପି ନେଇ ସୋର ଅଭିମୁଖେ ପଳାଇ ଯାଇଥିଲେ। ମମତା ଚିତ୍କାର କରିବାରୁ ସ୍ଥାନୀୟ ଯୁବକ ଦୁର୍ବୃତ୍ତଙ୍କ ପିଛା କରିଥିଲେ।
ଜାତୀୟ ରାଜପଥ ଚଡକମରା ନିକଟରେ ଦୁର୍ବୃତ୍ତ ମାନେ ବନ୍ଧୁକ ଓ ଭୁଜାଲି ଦେଖାଇବାରୁ ଜୀବନ ବିକଳରେ ଯୁବକ ମାନେ ଫେରି ଆସିଥିଲେ। ପରେ ମମତା ଏ ସଂକ୍ରାନ୍ତରେ ସିମୁଳିଆ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି। ଦିନକୁ ଦିନ ସିମୁଳିଆ ଆଖପାଖ ତଥା ଜାତୀୟ ରାଜପଥରେ ଚୋରି ଓ ଛୀନତାଇ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଅଞ୍ଚଳବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ହେଉଛି।

ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ୧ ଟଙ୍କା ବୃଦ୍ଧି

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories