www.samajalive.in
Tuesday, December 9, 2025
17.1 C
Bhubaneswar

ଅସ୍ପାୟାର ଚାରିଟେବୁଲ ଟ୍ରଷ୍ଟ, ଅସ୍ପାୟାର ହସ୍ପିଟାଲ ତଥା ଶହୀଦ ନଗର ଦୁର୍ଗାପୂଜା କମିଟିର ସ୍ୱାସ୍ଥ୍ୟ ଶିବିର

ଭୁବନେଶ୍ୱର : ଅସ୍ପାୟାର ଚାରିଟେବୁଲ ଟ୍ରଷ୍ଟ ଓ ଅସ୍ପାୟାର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ତଥା ଶହୀଦ ନଗର ଦୁର୍ଗାପୂଜା କମିଟିର ମିଳିତ ଉଦ୍ୟୋଗରେ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ଶହୀଦନଗର ସ୍ଥିତ ଦୁର୍ଗାପୂଜା ମଣ୍ଡପ ଠାରେ ଚଳିତ ମାସ ୧୮ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଓଡିଶା ତଥା ଓଡିଶା ବାହାରୁ ଆସିଥିବା ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ଦ୍ୱାରା ଶତାଧିକ ରୋଗୀ ମାନଙ୍କର ରୋଗର ନିଦାନ ନିରାକରଣ କରିବା ସହିତ ନିଶୁକ୍ଳ ଔଷଧ ବିତରଣ ତଥା ପାଥୋଲୋଜିକାଲ ଇନଭେଷ୍ଟି ଗେଶନ ଆଦି କରାଯାଇଥିଲା। ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରରେ ବିଶେଷ କରି ବିଭିନ୍ନ ବିଭାଗର ବରିଷ୍ଠ ବିଶେଷଜ୍ଞ ଯଥା ଡାକ୍ତର ଅମିତାଭ ରଥ (ନ୍ୟୁରୋଲୋଜି), ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା (ନ୍ୟୁରୋକ୍ରିଟିକାଲ କେୟାର), ଡାକ୍ତର ଅନନ୍ତ କୁମାର ଅଗସ୍ତି (ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି), ଡାକ୍ତର ଅମିତାଭ ଜେନା (ଅଙ୍କୋସର୍ଜରୀ), ଡାକ୍ତର ବନ୍ୟା ଦାସ (ଗାଇନେକଲୋଜି), ଡାକ୍ତର ବିଭୂନ୍ଦେନ୍ଦୁ ମହାପାତ୍ର (ସ୍ପାଇନ ସର୍ଜରୀ), ଡାକ୍ତର ସମୀର ରଞ୍ଜନ ନାୟକ (ଜେନେରାଲ ଲାପାରୋସ୍କୋପିକ ସର୍ଜରୀ) ମାନେ ସେମାନଙ୍କର ବହୁମୂଲ୍ୟ ସମୟ ଦେଇ ସ୍ୱାସ୍ଥ୍ୟ ଶିବିରକୁ ଏକ ଉଚ୍ଚକୋଟିର ସଫଳତା ପ୍ରଦାନ କରିଥିଲେ। ଅସ୍ପାୟାର ଚାରିଟେବୁଲ ଟ୍ରଷ୍ଟ / ଅସ୍ପାୟାର ହସ୍ପିଟାଲ ପକ୍ଷରୁ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ସହିତ ପ୍ରତ୍ୟେକ ଜିଲ୍ଲାର ଜନସାଧାରଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ତଥା ଜନସାଧାରଣ କିଭଳି ଏକ ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରିପାରିବେ ସେ ସମ୍ପର୍କରେ ଏକ ଜନ ସଚେତନ ସୃଷ୍ଟି କରାଯିବ ବୋଲି କର୍ତ୍ତୃପକ୍ଷ, ଡାକ୍ତର ଚନ୍ଦ୍ରଭାନୁ ପରିଜା (ଚେୟାରମ୍ୟାନ) ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


ବିଶେଷ କରି ବରିଷ୍ଠ ବିଶେଷଜ୍ଞ ମାନଙ୍କ ଯୋଗଦାନ ଯୋଗୁଁ ଏଭଳି ସ୍ୱାସ୍ଥ୍ୟ ଶିବିରର ସଫଳତା ହୋଇପାରିଛି ବୋଲି ହସ୍ପିଟାଲ ସି ଇଓ ଡାକ୍ତର ବିଭୁଦତ୍ତ ମହାପାତ୍ର ସମସ୍ତ ବିଶେଷଜ୍ଞ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସ୍ୱାସ୍ଥ୍ୟ ଶିବିରର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories