www.samajalive.in
Tuesday, December 9, 2025
17.1 C
Bhubaneswar

ଜେଇଇ ମେନ୍ ପରୀକ୍ଷା ଆରମ୍ଭ ; ଓଡିଶାରୁ ୩୯ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର : ଜେଇଇ ମେନ୍ ପରୀକ୍ଷା ମଙ୍ଗଳବାରଠାରୁ ସାରା ଦେଶରେ ଆରମ୍ଭ ହୋଇଛି । ଏହି ପରୀକ୍ଷାରେ ୯ଲକ୍ଷ ୫୦ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ୱାରା ପରିଚାଳିତ ଜେଇଇ ପରୀକ୍ଷା ପ୍ରଥମଥର ପାଇଁ କମ୍ପ୍ୟୁଟର ଆଧାରିତ (ସିବିଟି) ପଦ୍ଧତିରେ ଅନୁଷ୍ଠିତ ହେଉଛି । ଏଥିପାଇଁ ସାରା ଦେଶରେ ୨୭୩ଟି ସହରରେ ପରୀକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଓଡିଶାରୁ ପ୍ରାୟ ୩୯ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍ ପାଇଁ ନାମ ପଞ୍ଜିକରଣ  କରିଛନ୍ତି ।

ଚଳିତ ବର୍ଷ ଜେଇଇ ମେନ୍ ପରୀକ୍ଷା ଦୁଇଟି ଅଧିବେଶନରେ ଅନୁଷ୍ଟିତ ହେଉଛି । ଆଜି ପେପର-୨ର ପରୀକ୍ଷା କରାଯିବ ଓ ୧୨ ତାରିଖ ପର୍ଯ୍ୟନ୍ତ ପେପର-୧ର ପରୀକ୍ଷା ହେବ। ଏଥିପାଇଁ ୯ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଦୁଇଟି ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ପ୍ରଥମ ସିଟିଂ ପରୀକ୍ଷା ୯ଟା ୩୦ରୁ ୧୨ଟା୩୦ ଯାଏ ହୋଇଥିବାବେଳେ ଦ୍ୱୀତିୟ ସିଟିଂ  ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।

- Advertisement -

ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପକ୍ଷରୁ ଭାରତ ବନ୍ଦ ଯୋ​‌ଗୁ ଆଜି ପରୀକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅଟୋ, ବସ୍ ଓ ଟାକ୍ସି ଚଳାଚଳ ବନ୍ଦ ଥିବାରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରୀକ୍ଷାର୍ଥୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ପଶ୍ଚିମବଙ୍ଗ ସରକାର ପରୀକ୍ଷାର୍ଥୀମାନଙ୍କ ସ୍ବତନ୍ତ୍ର ବସ୍ ବା ପରିବହନର ବ୍ୟବସ୍ଥା କରିଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories