ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା, ବାଲେଶ୍ବର, ଯାଜପୁର, ସୁବର୍ଣ୍ଣପୁର ଓ ଭଦ୍ରକରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିଲରେ କାମ କରୁଥିବାବେଳେ ସମସ୍ତ ୬ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ବାସୁଦେବପୁର ଓ ଗରା ଗାଁରେ ୨ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବର ସୋର ୱାଦା ଗାଁରେ ବଜ୍ରପାତରେ ଗୋଟିଏ ପରିବାରର ଜଣକ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଧର୍ମଶାଳା ଭବାନୀପୁରରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ବିନିକାର ତିଲେଇମାଲ ଗାଁରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ଭଣ୍ଡାରୀପୋଖରୀ ନେରଡ଼ା ଗାଁରେ ବି ବଜ୍ରପାତ ନେଇଛି ଚାଷୀଙ୍କ ଜୀବନ।
Popular Categories



