www.samajalive.in
Tuesday, December 9, 2025
15.1 C
Bhubaneswar

ସତ୍ୟବାଦୀରେ ସୁପ୍ରିମକୋର୍ଟ ବିଚାରପତି

ସାକ୍ଷୀଗୋପାଳ: ସୁପ୍ରିମକୋର୍ଟ ବିଚାରପତି ତଥା ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସଞ୍ଜୀବ ଖାନ୍ନା ରବିବାର ପୁରୀ ଗସ୍ତରେ ଆସି ସତ୍ୟବାଦୀ ବ୍ଲକ ଦୁଗଲ ଗ୍ରାମ ପଞ୍ଚାୟତର ଅଠାଇଶ ଗ୍ରାମ ପରିଦର୍ଶନ କରିଥିଲେ। ଗ୍ରାମରେ କଚ୍ଚା ଘରେ ଵାସ କରୁଥିବା କିଛି ଭୂମିହୀନ ପରିବାରଙ୍କ ପାଖକୁ ଯାଇ ସେମାନଙ୍କ ମୌଳିକ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଦୀର୍ଘବର୍ଷ ହେଲା ସେଠାରେ ପଲିଥିନ ତଳେ କଚ୍ଚା ଘରେ ରହୁଥିବା ଲୋକେ ସ୍ଥାୟୀ ଜମି, ପକ୍କାଘର, ଜାତିଗତ ପ୍ରମାଣପତ୍ର ମିଳୁ ନ ଥିବା ବିଚାରପତିଙ୍କୁ ଜଣାଇଥିଲେ। ସେହିପରି ସତ୍ୟବାଦୀ ବ୍ଲକ ଗ୍ରାମୀଣ ଆଇନ ସେବାକେନ୍ଦ୍ର ପରିଦର୍ଶନ କରି ପାରା ଲିଗାଲ ସ୍ଵେଚ୍ଛାସେବୀମାନଙ୍କ ସହ ମାଗଣା ଆଇନ ସେବା ଓ ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ବ୍ଲକ ସଭାଗୃହରେ ବିଭିନ୍ନ ବର୍ଗର ଲୋକମାନଙ୍କଠାରୁ ମାଗଣା ଆଇନ ସେବା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ବିଚାରପତି ଓ ତାଙ୍କ ପତ୍ନୀ ଆଶା ଖାନ୍ନା, ଅନ୍ୟ ବିଚାରପତି ଓ ଅଧିକାରୀମାନଙ୍କ ସହ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ। ଏହି ଗସ୍ତ ସମୟରେ ଜଷ୍ଟିସଙ୍କ ସ୍ଵତନ୍ତ୍ର ଅଧିକାରୀ ଶ୍ରେୟା ଆରୋରା ମେହେଟ୍ଟା, ରାଜ୍ୟ  ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ସୁଦୀପ୍ତ ଆଚାର୍ଯ୍ୟ, ପୁରୀ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଜନ୍ତା ଷଡ଼ଙ୍ଗୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅମିତ କୁମାର ବାରିକ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପେନ୍ଦ୍ର ବିଶ୍ବାଳ, ପାରା ଲିଗାଲ ସ୍ଵେଚ୍ଛାସେବୀ ଓ ଆଇନ ସେବା ପ୍ରାଧିକରଣ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories