www.samajalive.in
Monday, December 8, 2025
17.1 C
Bhubaneswar

୨୫ରେ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି

ଭୁବନେଶ୍ୱର: ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି। କାହିଁକି ବୟକଟ କଲେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ବିଧାନସଭାର ବିଧି ଓ ବ୍ୟବସ୍ଥାକୁ ଭଙ୍ଗ କରୁଛି ଶାସକ ଦଳ। ଗୃହର ନିଜସ୍ୱ ନିୟକ ରହିଛି ଓ ଏହାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। ଉଦଘାଟନ କିଏ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ନେଇ ଆପତ୍ତି ଉଠାଇଥିଲା ବିଜେଡି। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟନ କରିବା କଥା ବୋଲି ବିଜେଡି କହିଛି। ହେଲେ କେନ୍ଦ୍ରମନ୍ତ୍ରୀ ଆସି ଉଦଘାଟନ କରୁଛନ୍ତି। ବିଜେପି ସରକାର ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଉଛି। ସରକାର ଲକ୍ଷ୍ୟଚୁତ୍ୟ ହେଲେ ଆମେ ଆପତ୍ତି କରିବୁ। ଆଗାମୀ ପୀଢି ପାଇଁ ନୀତି ନିୟମ ବଦଳିବା ଉଚିତ ନୁହେଁ। ସମସ୍ତ ନୂଆ ବିଧାୟକଙ୍କୁ ନେଇ ଆସନ୍ତା ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି। ଅଭିଜ୍ଞ ବିକ୍ତତ୍ୱଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବୁ। ବରିଷ୍ଠ ବିଧାୟକମାନେ ଭାଗ ନେବା ପାଇଁ ଅନୁରୋଧ କରାଯିବ ବୋଲି ପ୍ରତାପ ଦେବେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories