www.samajalive.in
Tuesday, December 9, 2025
15.1 C
Bhubaneswar

ଚଳନ୍ତା ଟ୍ରେନରେ ପୂର୍ବତନ ବିଜେପି ବିଧାୟକଙ୍କୁ ଗୁଳିକରି ହତ୍ୟା

ଅହମ୍ମଦାବାଦ: ଗୁଜରାଟର ପୂର୍ବତନ ବିଜେପି ବିଧାୟକ ଜୟନ୍ତୀ ଭାନୁଶାଳୀଙ୍କୁ ଚଳନ୍ତା ଟ୍ରେନରେ ଗୁଳିମାରି ହତ୍ୟା କରାଯାଇଛି । ସୋମବାର ରାତିରେ ୫୩ ବର୍ଷୀୟ ଭାନୁଶାଳୀ ଭୁଜରୁ ଅହମ୍ମଦାବାଦ ଯାଉଥିବା ବେଳେ ସୟାଜୀ ନଗର ଏକ୍ସପ୍ରେସ ଟ୍ରେନ ଏହି ଅଘଟଣା ଘଟିଛି । କଟାରିୟା-ସୁରବରୀ ଷ୍ଟେସନ ନିକଟରେ ଦୁର୍ବୃତ୍ତମାନେ ଏସି ବଗିରେ ପଶି ଭାନୁଶାଳୀଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ହତ୍ୟାକାଣ୍ଡ ପରେ ପୁଲିସ ମୃତଦେହ ଜବତ କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି । ଭାନୁଶାଳୀଙ୍କ ହତ୍ୟା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଜଣାପଡି ନଥିବା ବେଳେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ପୂର୍ବତନ ବିଧାୟକ ଭାନୁଶାଳୀ ନାମରେ ଜଣେ ୨୧ ବର୍ଷ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲା। ସୁରଟରେ ରହୁଥିବା ଯୁବତୀ ଜଣଙ୍କ ବିଧାୟକଙ୍କ ବିରୋଧରେ ଏତଲାରେ ଦର୍ଶାଇଥିଲେ ଯେ, ଏକ ପ୍ରତିଷ୍ଠିତ ଫ୍ୟାଶନ୍ ଡିଜାଇନ ଇନଷ୍ଟ୍ରିଚ୍ୟୁଟରେ ନାମ ଲେଖାଇ ଦେବା ବାହାନାରେ ନଭେମ୍ବର ୨୦୧୭ରୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ତାଙ୍କ ସହ ଅନେକ ଥର ବଳାତ୍କାର କରିଥିଲେ । ଏହି ଅଭିଯୋଗ ପରେ ଭାନୁଶାଳୀ ରାଜ୍ୟ ବିଜେପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ପରେ ଅଭିଯୋଗକାରିଣୀ ମାମଲାକୁ ଉଠାଇ ନେଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories