www.samajalive.in
Monday, December 8, 2025
27.1 C
Bhubaneswar

ସାଙ୍ଗାନା ଉଚ୍ଚ ବିଦ୍ୟାଳୟରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର: ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ସ୍ଥାନୀୟ ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ କୁମାର ଖରା ଓ ବନବିଭାଗ କର୍ମଚାରୀଙ୍କ ସହାୟତାରେ ୧୫୦ରୁ ଉର୍ଦ୍ଧ ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଛି। ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ଅଧ୍ୟକ୍ଷତାର ଏକ ସଭା ଅନୁଷ୍ଠିତ ହୋଇ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଯିବା ସହ ବିଭିନ୍ନ କିସମ କୃଷ୍ଣଚୂଡ଼ା, ରାଧା ଚୁଡ଼ା, ବିଷ୍ଣୁ ଚୁଡ଼ା, ରୀଠା, ଅଁଳା,ପିଜୁଳି, ଆମ୍ବ, ଜାମୁକୋଳି,ବଉଳ,ଲିମ୍ବ, ଅମୃତ ଭଣ୍ଡା ଓ ସଜନା ଆଦି ଚାରା ରୋପଣ କରାଯାଇଛି। ଜେଆରସି କାଉନସିଲର ସପନ କୁମାର ବୁଦୀକ୍ଷିତ, ସ୍କାଉଟ୍ ମାଷ୍ଟର ଆଶୀର୍ବାଦ ନାୟକ, ଗାଇଡ କ୍ୟାପଟେନ ପ୍ରିୟଙ୍କା ବିଷୋୟୀ ଟ୍ରୁପକୁ ନେଇ ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପରିଚାଳନା କରିଥିବା ବେଳେ ସମାଜସେବୀ ଶ୍ରୀବତ୍ସ ଖରା, ଶିକ୍ଷକ ସୁଜିତ୍ କୁମାର ସାମଲ, ଶଙ୍କର ଗୁଡ଼ୁମ୍ବକା, ସୁକାନ୍ତ ଯାଦବ, କସ୍ତୁରୀ ଶବର, ଜେଶ୍ନା ପଣ୍ଡା, ସୁନୀତା ସାହୁକାର, ମମତା ମହାନ୍ତି, ବିଜୟ ସୁରଜ ନାୟକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories