www.samajalive.in
Monday, December 8, 2025
27.1 C
Bhubaneswar

ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ

ଫୁଲବାଣୀ: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଆମ୍ବପଡା ଛକ ନିକଟରେ ଏକ କାର ଧକ୍କାରେ ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ପାଡାଙ୍ଗି ଗାଁର ରାଜୁ ମଲିକ।

ବୁଧବାର ସକାଳ ପ୍ରାୟ ୧୦ଟାରେ ଫିରିଙ୍ଗିଆ ପଟୁ ଦ୍ରୁତ ଗତିରେ ଫୁଲବାଣୀ ପଟକୁ ଯାଉଥିବା ଏକ କାର ଆମ୍ବପଡା ଛକ ନିକଟରେ ରାସ୍ତା ପାରି ହେଉଥିବା ଜଣେ ଭିନ୍ନକ୍ଷମ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ। ସଦର ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳାୟରେ ଭର୍ତ୍ତି କରିଥିଲେଃ ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଫୁଲବାଣୀ ସଦର ଥାନା ପୁଲିସ ଏକ ମାମଲା ୧୫୧/୨୪ ରୁଜୁ କରିଛି। ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ପୋଲିସ ପଚାରାଉଚୁରା  ଜାରି ରଖିଛି। ୨୦୧୨ରେ ରାଜୁଙ୍କ ମା’ବାପାଙ୍କରକୌଣସି କାରଣରୁ ମୃତ୍ୟୁ ହୋଇଯିବାରୁ ସେ ଫୁଲବାଣୀ ସଦରବ୍ଲକ ମିନିଆ ପଞ୍ଚାୟତରେ ଥିବା ଏକ ଚାରିଟିରେ ରହୁଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories