www.samajalive.in
Monday, December 8, 2025
20.1 C
Bhubaneswar

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା

ବାସୁଦେବପୁର : ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ଗୁଆଗଡିଆ ପଞ୍ଚାୟତର ବିଣାପଦାସ୍ଥିତ ନିରାକର ଉଚ୍ଚବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଆଗରେ ଛାତ୍ରଛାତ୍ରୀ ଧାରଣା  ଦେଇଛନ୍ତି । ଆଜି ପୂର୍ବାହ୍ନ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ପଦବୀ ଦୀର୍ଘଦିନ  ଧରି ଖାଲି ପଡିଛି  । ଏହି ବିଷୟରେ ଗ୍ରାମବାସୀ ଜିଲା ଶିକ୍ଷା ଅଧିକାରୀଙ୍କ  ସହିତ ଜିଲାପାଳ , ବ୍ଳକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବରେ ବାରମ୍ବାର ଜଣାଇବା ପରେ  କୌଣସି ସୁଫଳ ନମିଳିବାରୁ ଛାତ୍ରଛାତ୍ରୀମାନେ  ଆଜି ବାଧ୍ୟ ହୋଇ ବିଦ୍ୟାଳୟ ମୁଖ୍ୟ ଫାଠକରେ ତାଲା ପକାଇ ଧାରଣାରେ ବସିଥିଲେ । ଏନେଇ ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ କୁହନ୍ତି କି, ପଞ୍ଚାୟତ ହାଇସ୍କୁଲ ବିନାୟକପୁର ସଂସ୍କୃତ ଶିକ୍ଷୟତ୍ରୀ ପଦ୍ମାବତୀ ମହନୀଙ୍କୁ ସପ୍ତାହରେ ତିନିଦିନ ସଂସ୍କୃତ ପଢାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇମାସ ଭିତରେ ତିନିଜଣ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

‘ପୋଲିସ ବାବୁ ୨’ ର ସଙ୍ଗୀତ ମୁକ୍ତିଲାଭ

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories