www.samajalive.in
Sunday, December 7, 2025
13.1 C
Bhubaneswar

ଦେଖନ୍ତୁ ଭିଡିଓ ; ସେଲଫି ନେବା ବେଳେ ଖାଇକୁ ଖସିଲେ ଯୁବତୀ, ତା’ପରେ..

ନୂଆଦିଲ୍ଲୀ : ମହାରାଷ୍ଟ୍ରର ସତାରା ଘାଟି ଅଞ୍ଚଳରେ ଜଣେ ଯୁବତୀ ଖାଇକୁ ଖସିପଡିବା ପରେ ଖୁବ୍‌ କଷ୍ଟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ସେଲଫି ନେବା ସମୟରେ ଯୁବତୀ ଜଣକ ଗଭୀର ଖାଇକୁ ଖସିପଡିଥିବା ଜଣାପଡିଛି । ସୋସିଆଲ ମିଡିଆରେ ଏହାର ଭିିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି । ଯେଉଁଥିରେ ଯୁବତୀଙ୍କୁ ଗଭୀର ଖାଇରୁ ଉଦ୍ଧାର କରାଯାଉଥିବା ଦେଖାଯାଉଛି । ଏହି ଘଟଣା ମହାରାଷ୍ଟ୍ରର ସତାରା ଜିଲାର । ଭିଡିଓରେ ଦେଖାଯାଇଛି, ଯୁବତୀ ଜଣକ ସେଲଫି ନେବା ସମୟରେ ଖାଇକୁ ଖସି ପଡିଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରଶି ଦ୍ୱାରା ସୁରକ୍ଷିତ ସ୍ଥାନକୁ ଆଣୁଛନ୍ତି । ଯୁବତୀ ଯନ୍ତ୍ରଣାରେ କାନ୍ଦୁ ଥିବା ଭିଡିଓରେ ଦେଖାଯାଉଛି ।


ଭିଡିଓଟିକୁ ଏକ୍ସରେ ଶେୟାର କରାଯାଇଛି । ଯୁବତୀ ଜଣଙ୍କୁ ପ୍ରାୟ ୧୫୦ ଫୁଟ୍‌ ଖାଇରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଯୁବତୀ ଜଣକ ୫ ଜଣ ପୁରୁଷ ବନ୍ଧୁ ଓ ୩ ଜଣ ବାନ୍ଧବୀଙ୍କ ସହ ସେଲଫି ନେବା ସମୟରେ ପାଦ ଖସି ଯିବାରୁ ଖାଇକୁ ଖସି ପଡିଥିଲେ ।
ଭିଡିଓରେ ଦେଖିପାରିବେ ଜଣେ ଯୁବତୀ ଏକ ରଶି ଦ୍ୱାରା ଖାଇରୁ ସୁରକ୍ଷିତ ଉଦ୍ଧାର ହେଉଛନ୍ତି । ଯୁବତୀ ଜଣକ ଯନ୍ତ୍ରଣାରେ ପାଟି କରୁଥିବା ମଧ୍ୟ ଦେଖିପାରିବେ । ଖାଇକୁ ଖସି ପଡିବାରୁ ଯୁବତୀ ଜଣକ ଆହତ ହୋଇଛନ୍ତି । ଉଦ୍ଧାର କରାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଗଷ୍ଟରେ ହେବ ୩ଟି ରାଜଯୋଗ : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ସବୁକିଛି..

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories