www.samajalive.in
Monday, December 8, 2025
24.1 C
Bhubaneswar

ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି ପାଇବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଲୋକସେବା ଭବନଠାରେ ଓଡିଶା ପବ୍ଲିସର ଆଣ୍ଡ ବୁକ୍‌ ସେଲର୍ସ ଆସୋସିଏସନ, କଟକର କର୍ମକର୍ତ୍ତା ଓ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଓଡିଆ ଅସ୍ମିତାର ସୁରକ୍ଷା ଏବଂ ଓଡିଆ ସାହିତ୍ୟ ଓ ସଂସ୍କୃତିର ଅଭିବୃଦ୍ଧି ପାଇଁ ଆମେ କାମ ଆରମ୍ଭ କରିଛୁ । ଓଡିଆ ଅସ୍ମିତା ପାଇଁ ଏକ କର୍ପସ ଫଣ୍ଡ ମଧ୍ୟ ଗଠନ କରିଛୁ । ଆଗକୁ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ହେବା ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ଗ୍ରାମାଞ୍ଚଳ ଗୁଡିକରେ ପାଠାଗାର ସ୍ଥାପନ ପାଇଁ ମଧ୍ୟ ଯୋଜନା ରହିଛି। ସରକାରୀ ଓ ବେସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟବହାର ବୃଦ୍ଧି ପାଇଲେ ପ୍ରକାଶକ ମାନେ ଏହାଦ୍ବାରା ଉପକୃତ ହେବେ ବୋଲି ସେ କହିଥିଲେ।

- Advertisement -

ଆସୋସିଏସନର ସଭାପତି ଶ୍ରୀ ଗଙ୍ଗାଧର ତ୍ରିପାଠୀ କହିଥିଲେ ଯେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଆପଣଙ୍କ ଆନ୍ତରିକତା ଯୋଗୁ ଆମେମାନେ ବହୁତ ଖୁସି। ଏହାଦ୍ବାରା ଓଡିଆ ଭାଷାରେ ପାଠ୍ୟପୁସ୍ତକ ସହିତ ସାହିତ୍ୟ ପତ୍ରିକା ଓ ଉପନ୍ୟାସ ଅଧିକ ସଂଖ୍ୟାରେ ପ୍ରକାଶ ପାଇବ। ମୁଖ୍ୟମନ୍ତ୍ରୀ ଭାବେ ଆପଣ ଓଡିଆ ଅସ୍ମିତା କ୍ଷେତ୍ରରେ ନୂଆ ଜାଗରଣ ଆଣିଛନ୍ତି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଆସୋସିଏସନ ପକ୍ଷରୁ କଟକର ଫେଣ୍ଡସ୍ ପବ୍ଲିସର, ବିଦ୍ୟାପୁରୀ, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, ଶକ୍ତି ପବ୍ଲିଶର୍ସ, ନବଦିଗନ୍ତ, ଓଡିଶା ବୁକ୍‌ ଷ୍ଟୋର, ଜଗନ୍ନାଥ ରଥ, ମା ସାରଦା ପବ୍ଲିକେଶନ, ବୁକ୍‌ସ ଏଣ୍ଡ ବୁକ୍‌ସ ଏବଂ ଓମ୍‌ ସାଇ ପବ୍ଲିକେଶନ ସଂସ୍ଥାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories