www.samajalive.in
Tuesday, December 9, 2025
17.1 C
Bhubaneswar

ମଶା ପ୍ରାଦୃଭାବରୁ ରକ୍ଷା ପାଇବା ପାଇଁ ମାଝୀଗୁଡାରେ ଡ୍ରେନ ସଫେଇ

କଲ୍ୟାଣସିଂହପୁର:ରାୟଗଡା ଜି କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦରରେ ଆଜି ପଞ୍ଚାୟତ ପକ୍ଷରୁ ଡ୍ରେନ ସଫେଇ ହେଉଥିବା ଦେଖିବାକୁ ମିଳିଛି । ମାଝୀଗୁଡା ଠାରେ ବହୁ ସଂଖ୍ୟକ ଲୋକ ମ୍ୟାଲେରିଆ ଜ୍ଵରରେ ଆକ୍ରାନ୍ତ ହୋଇ ଥିବା ଖବର  ପ୍ରକାଶ ପାଇବା ପରେ ଗତ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାପ୍ତାହିକ ହାଟ ବା ବଜାର ଚାଲିଥିବା ବେଳେ ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା ,କୁଷ୍ଠ ରୋଗର ପ୍ରତିକାର ଓ ନିରାକରଣ ନିମନ୍ତେ ସଚେତନତା କରାଯାଇଥିଲା । ଏହି ଠାରେ ସାପ୍ତାହିକ ହାଟ ହେଉଥିବା ଯୋଗୁଁ ଗ୍ରାମରେ ଥିବା ନାଳନର୍ଦ୍ଧମାରେ ବିଭିନ୍ନ ଜିନିଷ ପତ୍ର ଅଳିଆ ପକାଇ ଦେଉଥିଲେ ।
ଯାହା ଫଳରେ ମଶା ମାଛିଙ୍କ ପ୍ରାଦୃଭାବ ବଡିବା ଲାଗିଛି । ଉକ୍ତ ମଶା କାମୁଡ଼ିଲେ ବିଭିନ୍ନ ପ୍ରକାରର ରୋଗ ହେଉଥିବା ନେଇ  ସରପଞ୍ଚ ଶାନ୍ତି କଣ୍ଡାଗରୀ ନିର୍ଦ୍ଦେଶ ରେ ପଞ୍ଚାୟତ ପକ୍ଷରୁ ଆଜି ଗ୍ରାମରେ ଥିବା ସମସ୍ତ ନାଳନର୍ଦ୍ଧମା ସଫେଇ କରାଯାଇଛି ।ଉକ୍ତ ଡ୍ରେନରୁ ବାହାରି ଥିବା ଅଳିଆ ଆବର୍ଜନା ଗୁଡିକ ଗ୍ରାମର ବାହାରେ ଫିଙ୍ଗି ଥିବା ଜଣାପଡିଛି । ଏହି ପରି କାର୍ଯ୍ୟକରି ଥିବାରୁ ପଞ୍ଚାୟତବାସୀ ଖୁସି ହୋଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories