www.samajalive.in
Monday, December 8, 2025
20.1 C
Bhubaneswar

ସାମାନ୍ୟ ବର୍ଷାରେ ବିଜୁ ସେତୁ ଅପ୍ରୋଚ ରାସ୍ତା ନଷ୍ଟ

ଘଣ୍ଟାପଡା: ନାବାର୍ଡ ସଂସ୍ଥା ଠାରୁ ଲୋନ ଆଣି ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୨୧ କୋଟି ଟଙ୍କା ବ୍ୟୟ ଅଟକଳରେ କଣ୍ଟାମାଳ ବ୍ଲକ ଘଣ୍ଟାପଡା‐ବସାଶଙ୍କର ବିଜୁ ସେତୁ ନିର୍ମାଣ କାର୍ଯ୍ୟ ୨୦୧୮ ମସିହାରେ ଆରମ୍ଭ କରାଯାଇଥିଲା। ଠିକା ସଂସ୍ଥାର ମନମାନୀ ଯୋଗୁଁ ଦୀର୍ଘ ବର୍ଷ ବ୍ୟବଧାନରେ ୨୦୨୪ ଫେବୃଆରୀ ମାସରେ ଏହାର କାର୍ଯ୍ୟ ଶେଷ ହୋଇଛି। ଏଥିପାଇଁ ବଜେଟ ମଧ୍ୟ ୩୩ କୋଟିକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେତୁର ଉଦଘାଟନ ହୋଇ ପାରି ନାହିଁ। କିନ୍ତୁ ଅନେକ ସମସ୍ୟା ଦେଖା ଦେଲାଣି। ସେତୁ ନିର୍ମାଣ ସମୟରେ କାମର ସ୍ଥିରତା ଏବଂ ନିମ୍ନମାନର କାର୍ଯ୍ୟକୁ ନେଇ ଅଞ୍ଚଳବାସୀ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କେହି ଗୁରୁତ୍ୱ ଦେଇ ନଥିଲେ। ନିର୍ବାଚନକୁ ଦୃଷ୍ଟିରେ ଏହାର କାର୍ଯ୍ୟ ତରବରିଆ ଭାବେ ସମାପ୍ତ କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ ସେତୁର ଉଦଘାଟନ ହୋଇ ପାରିନାହିଁ। କିନ୍ତୁ ଛାତ ଢ଼ଳେଇରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣର କିଛି ମାସ ମଧ୍ୟରେ ସେତୁରେ ଫାଟ ସୃଷ୍ଟି ହୋଇଥିଲା। ଖବର ପ୍ରସାରଣ ପରେ ତାହା ମରାମତି ହୋଇଥିଲା। ଏବେ ଚଳିତ ବର୍ଷାରେ ଆପ୍ରୋଚ ରାସ୍ତା ନଷ୍ଟ ହୋଇଯାଇଛି। ସେତୁର ଘଣ୍ଟାପଡା ପାର୍ଶ୍ୱରେ ନିର୍ମିତ ଅପ୍ରୋଚ ରାସ୍ତା ପ୍ରାୟ ୨ଶହ ମିଟର ପର୍ଯ୍ୟନ୍ତ ପିଚୁ ଫାଟି ଯାଇ ଆଁ କରିଛି। ରାସ୍ତାର ଦୁଇ ପାର୍ଶ୍ୱରେ ମାଟି ଏବଂ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପଥର ପ୍ୟାକିଂ କରିବା କଥା କିନ୍ତୁ ତାହା ହୋଇନାହିଁ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories