www.samajalive.in
Monday, December 8, 2025
20.1 C
Bhubaneswar

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଜନଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀ : ଗତ କିଛି ଦିନ ହେବ ଫିରିଙ୍ଗିଆ ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି। ଯାହାଦ୍ୱାରା ଫିରିଙ୍ଗିଆ ବ୍ଲକର ବହୁ ଗାଁ ମାନଙ୍କରେ ଘର ଭାଙ୍ଗିବା ସହ ରାସ୍ତାଘାଟ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି। ଏମିତି କି ଗଛ ପଡିବା ଦ୍ୱାରା ରାସ୍ତା ଅବରୋଧ ମଧ୍ୟ ହୋଇଥିବା ବେଳେ ଦମକଳ ବାହିନୀ ସହାୟତାରେ ଗଛ କାଟି ରାସ୍ତା ସଫା କରାଯାଇଥିବା ଦେଖିବାକୁ ମିଳିଛି ।  ପୁଣି ଗତ କାଲି ସକାଳ ୯ଟାରେ ପକାରୀ ପଞ୍ଚାୟତର ପକାରୀ ଗାଁରେ ଗୋଟିଏ ଘର ଭାଙ୍ଗିଥିବା ବେଳେ, ମାଲା ଗାଁ, କେଳାପଡ଼ା ଭଳି ଅନେକ ଗାଁରେ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି।

କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର! ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା..


ଘର ଭାଙ୍ଗିବା ଦ୍ୱାରା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି କି କିଛି ଲୋକଙ୍କ ଘର ଭାଙ୍ଗିବା ଦ୍ୱାରା ବିଭିନ୍ନ ଆସବାବ ପତ୍ର ଓ ଆବଶ୍ୟକୀୟ କାଗଜ ପତ୍ର ଭଳି ଗୁରତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେଙ୍କୁ ପଚାରିବାରୁ ଫିରିଙ୍ଗିଆ ବ୍ଲକରେ ୧୫ ଜଣକ ଘର ଭାଙ୍ଗିଥିବା ଖବର ମିଳିବା ପରେ ତାଙ୍କୁ ଜରି ପାଲ ଦିଆଯାଇଛି। ଅଧିକ କ୍ଷୟକ୍ଷତି ହୋଇଥିବା ଦୁଇଟି ଘରକୁ ସରକାରଙ୍କ ତରଫରୁ ୧ଲକ୍ଷ କୋଡିଏ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ଏହା ବ୍ୟତୀତ ଯଦି ଘର ଭାଙ୍ଗିଥିବା ଖବର ଆସେ ତାଙ୍କୁ ମଧ୍ୟ ଯାହା ବ୍ୟବସ୍ଥା ଅଛି ସହଯୋଗ କରାଯିବ ବୋଲି କହିଛନ୍ତି। ତେବେ ବ୍ଲକର ବିଭିନ୍ନ ଗାଁରେ ଭାଙ୍ଗିଥିବା ଘର ସଂଖ୍ୟା ଅଧିକ ହେବ ବୋଲି ସୂଚନା ମିଳିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories