www.samajalive.in
Monday, December 8, 2025
27.1 C
Bhubaneswar

ମର୍ଜାକୁଦ ଘାଟରେ କୁମ୍ଭୀର, ଲୋକେ ଆତଙ୍କିତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିବା ଫଳରେ ମହାନଦୀରେ ବନ୍ୟାପାଣି ଆସି ନଦୀ କୂଳ ଛୁଇଁଛି । ଗତ ୨୮ ତାରିଖରେ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ଛାଡିବା ପରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ଯାହାଫଳରେ ଲୋକେ ବନ୍ୟାକୁ ଚିନ୍ତାରେ ପଡିଯାଇଥିବା ବେଳେ ଏବେ ଗତ ସାତ ଦିନ ହେବ ଜିଲ୍ଲାରେ ମହାନଦୀର ବିଭିନ୍ନ ଘାଟରେ ଏକ ବଡ ଘଡିଆଳ କୁମ୍ଭୀର ଦେଖାଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । କୁମ୍ଭୀରଟି ସୋମବାରଠାରୁ ମର୍ଜାକୁଦ ଦ୍ୱୀପାଂଚଳର ବିଭିନ୍ନ ଘାଟରେ ବୁଲୁ ଥିବାର ଲୋକେ ଦେଖି ଭୟଭୀତ ହୋଇ ପଡିଛନ୍ତି । ସାତ ଦିନ ହେବ କୁମ୍ଭୀରଟି ଆସି ହରଭଙ୍ଗା ବ୍ଲକର କରଡି, ହାଟଗାଁ ଘାଟରେ ରହିଥିବା ବେଳେ ଗତକାଲି ଠାରୁ ମର୍ଜାକୁଦ ଘାଟରେ ଦେଖାଦେଇଛି । ଏହି ଖବର ପ୍ରଚାରିତ ହେବା ପରେ ଲୋକେ କୁମ୍ଭୀର ଭୟରେ ନଦୀକୁ ଯିବାକୁ ଉଚିତ ମଣୁନାହାନ୍ତି । ସେପଟେ ବନ ବିଭାଗ କୁମ୍ଭୀରର ସୁରକ୍ଷା ପାଇଁ ମହାନଦୀରେ ଜଗି ରହିଛନ୍ତି । ଲୋକଙ୍କୁ ସେପଟକୁ ନଯିବା ପାଇଁ ବାରଣ କରୁଛନ୍ତି । ମହାନଦୀରେ ବନ୍ୟା ଯୋଗୁଁ କୁମ୍ଭୀରଟି ଟିକରପଡା ରୁ ଚାଲିଆସିଥିବା ଜଣାପଡିଛି ।  ମତ୍ସ୍ୟଜୀବୀମାନେ ପ୍ରତିଦିନ ମାଛ ମାରି ଗୁଜାରଣ ମେଣ୍ଟାଉଥିବାବେଳେ କୁମ୍ଭୀର ଯୋଗୁଁ ସେମାନେ ମଧ୍ୟ ନଦୀକୁ ଯିବାକୁ ଭୟ କରୁଛନ୍ତି । କୁମ୍ଭୀରଟି ବଡ ହୋଇଥିବାରୁ ଯେ କୌଣସି ମୁହୁର୍ତ୍ତରେ କିଛିବି ଅଘଟଣ ଘଟାଇପାରେ ବୋଲି ସ୍ଥାନୀୟ ଅଞ୍ଚଳବାସୀମାନେ ପ୍ରକାଶ କରିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories