www.samajalive.in
Sunday, December 7, 2025
15.1 C
Bhubaneswar

‘ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଳିବ ବିନା ସୁଧରେ ଋଣ’

ପୁରୀ: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିର ସମାବେଶରେ ଉଦ୍‌ବୋଧନ ଦେଇ (ଏସଏଚଜି) ସ୍ବୟଂସହାୟକ ଗୋଷ୍ଠୀକୁ ବିନା ସୁଧରେ ଋଣ ମିଳିବ ଘୋଷଣା କରିଛନ୍ତି । ୩୧ ହଜାର ସ୍ବୟଂସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତାକୁ ୩୦ କୋଟି ଟଙ୍କା ପଠାଯିବ ବୋଲି ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ନୂଆ ଏସଏଚଜି ଗ୍ରୁପଙ୍କୁ ୧୫ ହଜାର ଟଙ୍କା ସିଡ୍ ମନି ସହାୟତା ଯୋଗାଇ ଦିଆଯିବ । ୩୩୮ଟି ବ୍ଳକ୍ ସ୍ତରୀୟ ମିଶନଶକ୍ତି ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କାର ସହାୟକ ପାଣ୍ଠି ମିଳିବ । ୩୦ ଲକ୍ଷ ନୂଆ ସଦସ୍ୟଙ୍କୁ ମୋଟ ୪୦୦ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ । ୬ଲକ୍ଷ ଗ୍ରୁପର ମହିଳାମାନଙ୍କୁ ସ୍ମାର୍ଟଫୋନ ପାଇଁ ୩ ହଜାର ଟଙ୍କା ଲେଖାଏଁ ମିଳିବ । ୭୦ ଲକ୍ଷ ଗ୍ରୁପକୁ ୭୦୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ସେହିପରି ଅଙ୍ଗନବାଡି କର୍ମୀ ଓ ହେଲପରଙ୍କୁ ପ୍ରୋତ୍ସହାନ ରାଶି ମିଳିବ । ସମାବେଶ ଅବସରରେ ପୁରୀର ମିଶନ ଶକ୍ତି ନିର୍ଦେଶିକା ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି । ପୁରୀ ତାଳବଣିଆ ସ୍ଥିତ ଇନଡୋର ଷ୍ଟାଡିୟମରେ ଆୟୋଜିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୬୦ ହଜାର ସଭ୍ୟ ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories