www.samajalive.in
Monday, December 8, 2025
20.1 C
Bhubaneswar

ଅପହରଣ କରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଚାଳକ ଗିରଫ

ବରୀ: ଅପହରଣ କରୁଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଚାଳକକୁ ଗିରଫ କରିଛି ପୁଲିସ। ଏପରି ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ। ଏହି ଥାନା ଅଧୀନ ଅନ୍ୟାସୀପୁର ଗ୍ରାମର ବିଚିତ୍ରାନନ୍ଦ ମଳିକଙ୍କୁ ଗତ ଶନିବାର ରାତିରେ ଅପହରଣ ଉଦ୍ୟମ କରାଯାଇଥିଲା। ତାଙ୍କୁ ଯେଉଁ କାର୍‌ରେ ଅପହରଣ କରି ଦ୍ରୁତ ଗତିରେ ନିଆଯାଉଥିଲା ସେଇ କାର୍‌ଟି ରାସ୍ତା କଡ଼ ଖାଲକୁ ଗଡ଼ିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଗାଡ଼ିରେ ଚାଳକଙ୍କୁ ଛାଡି ଅନ୍ୟ ତିନିଜଣ ଅପହର୍ତ୍ତା ଥିବାବେଳେ ସେମାନେ ଅନ୍ଧାରରେ ଦୌଡ଼ି ପଳାଇଥିଲେ।

ହୋ ହଲ୍ଲା ଶୁଣି ଗ୍ରାମବାସୀ ପହଞ୍ଚି ଗାଡ଼ି ଚାଳକଙ୍କୁ କାବୁ କରି ବରୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଡ଼ିଟିକୁ ଜବତ କରିବା ସହିତ ଚାଳକ ବ୍ରାହ୍ମଣୀପାଳ ଥାନା ଅନ୍ତର୍ଗତ ସୁମିତ ସାହୁଙ୍କୁ ଗିରଫ କରି ଅଦାଲତ ପଠାଇଛି। ଏହି ଅପହରଣ ଘଟଣା ଏକ ମଇଁଶି କିଣାବିକାକୁ ନେଇ ହୋଇଥବାର ଜଣାପଡ଼ିଛି। ମଇଁଶି କିଣାବିକା ଘଟଣାରେ ବିଚିତ୍ରାନନ୍ଦ ମଧ୍ୟସ୍ଥି ଥିବାରୁ ତାଙ୍କୁ ଅପହରଣ କରି ନିଆଯାଉଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories