www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରୀଧରଙ୍କ ବିଷୟରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ, ପରୀକ୍ଷାଗାର ପଠାଯିବ ମୋବାଇଲ

ଭୁବନେଶ୍ଵର: ମହିଳା ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସ୍ଵାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି ପୁଲିସ। ଶ୍ରୀଧର ବାୟୁସେନାରେ ଚାକିରି କରିଥିବାରୁ ତାଙ୍କୁ ଗିରଫ କରାଯିବା ପରେ ବାୟୁସେନା ପକ୍ଷରୁ ଶ୍ରୀଧର ଏବଂ ଏହି ମାମଲା ବିଷୟରେ ତଥ୍ୟ ଲୋଡ଼ାଯାଇଛି। ବାୟୁସେନା ଅଧିକାରୀ ଭୁବନେଶ୍ଵର କମିଶନରେଟ ପୁଲିସଠାରୁ ଏ ସମ୍ପର୍କିତ ତଥ୍ୟ ନେଇଛନ୍ତି ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଅନ୍ୟପଟେ, ଘଟଣାର ତଦନ୍ତ କରୁଥିବା ପୁଲିସ ଅଭିଯୁକ୍ତ ଶ୍ରୀଧରଙ୍କ ଯେଉଁ ମୋବାଇଲକୁ ଜବତ କରିଛି ତାହାକୁ ପରୀକ୍ଷା ପାଇଁ ଫୋରେନସିକ ପରୀକ୍ଷାଗାରକୁ ପଠାଇବ। ଏହା ସହିତ ମଧୁମିତାଙ୍କ ମୋବାଇଲକୁ ବି ପରୀକ୍ଷାଗାରକୁ ପଠାଯିବ ବୋଲି କୁହାଯାଇଛି। ସେହିପରି ମଧୁମିତା ଏବଂ ଶ୍ରୀଧରଙ୍କ ମଧ୍ୟରେ ଦୂରତା ସୃଷ୍ଟିର କାରଣ ସାଜିଥିବା ମଧୁମିତାଙ୍କ ସାଙ୍ଗ କିଏ ସେ ନେଇ ପୁଲିସ ଖୋଳତାଡ଼ କରୁଥିବା ସୂଚନା ମିଳିଛି। ମଧୁମିତାଙ୍କ ସାଙ୍ଗଙ୍କ ସହିତ ଶ୍ରୀଧରଙ୍କ ପ୍ରେମସମ୍ପର୍କ ଥିଲା ବୋଲି ମଧୁମିତାଙ୍କ ଭଉଣୀ ପୁଲିସକୁ ସୂଚନା ଦେଇଥିଲେ।

- Advertisement -

ସୂଚନାଯୋଗ୍ୟ, ଗତ ୨୨ ତାରିଖ ସନ୍ଧ୍ୟା​‌ରେ ଭୁବନେଶ୍ଵରର ଏକ ଓ୍ବେବ ଚ୍ୟାନେଲରେ କାର୍ଯ୍ୟ କରୁଥିବା ମହିଳା ସାମ୍ବାଦିକା ମଧୁମିତା ପରିଡ଼ା ବାପୁଜୀନଗର ରେଳ ଧାରଣାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଏକ ଲାଇଭ ଭିଡିଓ କହି ନିଜ ମୃତ୍ୟୁ ପାଇଁ ସ୍ଵାମୀ ଶ୍ରୀଧରଙ୍କୁ ଦାୟୀ କରିଥିଲେ। ସେ ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିବାବେଳେ ଶ୍ରୀଧର କିପରି ତାଙ୍କ ସହିତ ପ୍ରତାରଣା କରି ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରଖୁଥିଲେ ସେ ନେଇ ମଧୁମିତା ଭିଡିଓରେ ଜଣାଇଥିଲେ। ଗତ ମାର୍ଚ୍ଚ ମାସରେ ଉଭୟଙ୍କ ବିବାହ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories