www.samajalive.in
Monday, December 8, 2025
27.1 C
Bhubaneswar

ଆଇଓବି ଫୁଲବାଣୀ ଟାଉନ ଶାଖା ଉଦ୍‌ଘାଟିତ

ଫୁଲବାଣୀ:ରାଷ୍ଟ୍ରାୟତ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟଳୟ ଅନ୍ତର୍ଗତ ନୂତନ ଫୁଲବାଣୀ ଟାଉନ ଶାଖା ସହରର ମାଷ୍ଟରପଡ଼ା ଠାରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ ଯୋଗଦେଇ ଏହି ଶାଖାର ଉଦଘାଟନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ରତିକାନ୍ତ ବେହେରା , ସିକ୍ୟୁରିଟି ଅଫିସର ମୀନକେତନ ବେହେରା , ଇ-ଅଧିକାରୀ ରାଜେନ୍ଦ୍ର କୁମାର ସାହୁ , ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ ଚକ୍ରଧର ଶବରଙ୍କ ସମେତ ଫୁଲବାଣୀ ଆଇଓବି ଶାଖାର ଶାଖା ପ୍ରବନ୍ଧକ ଶୈଳେସ କୁମାର ବାରିକ , କୋଷାଧ୍ୟକ୍ଷ ଛବିଳ କୁମାର ନାଏକ , ଫୁଲବାଣୀ ପୌର ପରିଷଦର ୫ ନମ୍ବର ୱାର୍ଡ଼ କାଉନସିଲର ରମେଶ ଚନ୍ଦ୍ର ମହାନ୍ତି ଓ ଶାଖାର ଅନ୍ୟାନ୍ୟ କର୍ମଚାରୀ ଓ ଗ୍ରାହକ ଉପସ୍ଥିତ ଥିଲେ ।

ଏହି ଅବସରରେ ଗ୍ରାହକ ତଥା ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ବ୍ୟାଙ୍କର ବ୍ରହ୍ମପୁର କ୍ଷେତ୍ରର ମୁଖ୍ୟ ପ୍ରବନ୍ଧକ ରତିକାନ୍ତ ବେହେରା ନୂତନ ଶାଖାର ଉଦଘାଟନର ସଫଳତା ଫୁଲବାଣୀ ତଥା ସମଗ୍ର ଜିଲାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କରିଥିଲେ । କନ୍ଧମାଳର ସମସ୍ତ ଜନତା , ବ୍ୟକ୍ତି , ପରିବାର , ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କର ଉନ୍ନତି ପାଇଁ ଏହି ନୂତନ ଶାଖା ସମସ୍ତ ପ୍ରକାରର ଗ୍ରାହକ ସେବା ଯୋଗାଇ ଦେବ ବୋଲି ସେ ପ୍ରକାଶ କରିଛନ୍ତି । ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ସର୍ବଦା ଉତ୍ତମ ଗୁଣବତ୍ତା , ଗ୍ରାହକ ସେବା ପାଇଁ ବଦ୍ଧ ପରିକର ବୋଲି କହିବା ସହ ଉପସ୍ଥିତ ସାଧାରଣ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ପ୍ରଥମ ଦିନରେ ବହୁ ସଂଖ୍ୟାରେ ନୂତନ ଗ୍ରାହକ ଶାଖାରେ ନିଜର ବ୍ୟାଙ୍କ ଖାତା ଖୋଲି ବେଶସ୍‌ ଖୁସି ବ୍ୟକ୍ତ କରିଥିବା ଶାଖା ପରିଚାଳକ ପ୍ରକାଶ କରିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories