www.samajalive.in
Monday, December 8, 2025
27.1 C
Bhubaneswar

ସଡକ ଦୁର୍ଘଟଣାରେ ୨ ମୃତ, ଟ୍ରଲର ଡ୍ରାଇଭର ଗିରଫ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ଡୁରା ଛକ ସନ୍ନିକଟ ଏକ କାର ଶୋରୁମ ସମ୍ମୁଖରେ ଏକ କାର ଟ୍ରଲରକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ଆଜି ଟ୍ରଲର ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡ୍ରାଇଭର ଜଣଙ୍କ ବିହାର, ସିଆନ ବରି ହରିଆର ପ୍ରଶଓ୍ବା ତୋଲାର ମହତାବ ଅହମ୍ମଦ ବୋଲି ପୁଲିସ ସୂଚନା ଦେଇଛି। ଗତ ୩ ତାରିଖରେ ଛତ୍ରପୁର ଥାନା ଅନ୍ତର୍ଗତ ଗୋପାଳପୁରର କେ. ଲୋକେଶ ରେଡ୍ଡୀ, ଜି ଉଦୟଗିରିର ରାଜୁ ପ୍ରଧାନ ଏବଂ ଶମ୍ଭୁ ଏକ କାର (ଓଡି ୦୭ ଏଡି ୩୫୧୯) ଯୋଗେ ଛତ୍ରପୁରରୁ ଗୋପାଳପୁର ଯାଉଥିବା ସମୟରେ ଜାତୀୟ ରାଜପଥରେ ସମ୍ମୁଖରେ ଯାଉଥିବା ଏକ ଟ୍ରଲର (ଏନ ଏଲ ୦୧ ଏଡି ୫୫୩୭) କୁ ଧକ୍କା ଦେଇଥିଲା। ଫଳରେ ଲୋକେଶ ଓ ରାଜୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଶମ୍ଭୁଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହା ମଧ୍ୟରେ ଶମ୍ଭୁ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ଡ୍ରାଇଭର ଅହମ୍ମଦ ଫେରାର ରହିଥିଲା। ଦୁର୍ଘଟଣା ପରେ ଅହମ୍ମଦ ଟ୍ରଲରଟିକୁ ଗୋଳନ୍ଥରା ଥାନା  ରଣ୍ଢା ସନ୍ନିକଟ ଜାତୀୟ ରାଜପଥ କଡ଼ରେ ଛାଡି ଫେରାର ହୋଇଯାଇଥିଲା। ଆଜି ଅହମ୍ମଦ ଗୋପାଳପୁର ଥାନାରେ ପହଞ୍ଚି ସରେଣ୍ଡର କରିଥିଲା। ପୁଲିସ ଅହମ୍ମଦକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆସନ୍ତା ୫ ଦିନ ପ୍ରବଳ ବର୍ଷା, ୨୨ ଜିଲ୍ଲାକୁ ସତର୍କତା ଜାରି

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories