www.samajalive.in
Monday, December 8, 2025
27.1 C
Bhubaneswar

ପୁଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍‍

ସମ୍ବଲପୁର: ଏକ ବଡ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ସମ୍ବଲପୁର ପୁଲିସ । ପୁଲିସ ଦ୍ୱାରା ୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ ହୋଇଥିବା ବେଳେ ୫ଲକ୍ଷ ୧୨ହଜାର ଟଙ୍କା, ୪୮୦ଗ୍ରାମ ସୁନା, ୧୪ଟି ମୋବାଇଲ ଓ ୫ଟି ବାଇକ ଜବତ କରାଯାଇଛି । ଏହାସହିତ ଦୁଇଟି ବୋଲେରୋ ଓ ଟ୍ରାକ୍ଟର ଜବତ ହୋଇଥିବା ସୂଚନା ମିଳିଛି । ଜବତ ସାମଗ୍ରୀର ମୂଲ୍ୟ ୭୫ଲକ୍ଷ ଟଙ୍କା ହେବ ବୋଲି ସମ୍ବଲପୁର ଏସପି କହିଛନ୍ତି । ଏହି ଗ୍ୟାଙ୍ଗ୍‍ ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲାରେ ଡକାୟତ କରି ଆତଙ୍କ ଖେଳାଇଥିଲା । ଏମାନଙ୍କ ଟାର୍ଗେଟରେ ରାଇସ୍‍ ମିଲ୍‍, ପେଟ୍ରୋଲ ପମ୍ପ ଓ ଦେଶମଦ ଭାଟି ରହିଥିଲା । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ୨୧ଟି ଅପରାଧିକ ମାମଲା ରହିଛି । ସମସ୍ତଙ୍କ ଘର ସମ୍ବଲପୁର ଜିଲାରେ ବୋଲି ଏସପି ସୂଚନା ଦେଇଛନ୍ତି ।

 

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories