www.samajalive.in
Monday, December 8, 2025
17.1 C
Bhubaneswar

କୋମନା ପୁଲିସକୁ ସଂଘବଦ୍ଧ ଆକ୍ରମଣ, ଜଙ୍ଗଲରୁ ମୁଖ୍ୟ ଅଭିଯୁକ୍ତ ଗିରଫ

କୋମନା: କୋମନା ପୁଲିସକୁ ମାଡ଼ମାରି ଥାନା ଗାଡ଼ି ଭଙ୍ଗାରୁଜୁ ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁକୁ ସୁନାବେଡ଼ା ଜଙ୍ଗଲରୁ ଗିରଫ କରାଯାଇଛି। ନୂଆପଡ଼ା ଜିଲା କୋମନା ଥାନା ବରକୋଟ ଗାଁରେ ମେ’ ୩୦ ତାରିଖରେ ବିଦ୍ୟୁତ ବିଭ୍ରାଟକୁ କେନ୍ଦ୍ରକରି ବିଭାଗ କର୍ମଚାରୀଙ୍କୁ ଦିନ ଦି’ ପହରେ ଗାଁ ଦାଣ୍ଡରେ ୪ ଘଣ୍ଟା କାଳ ଅଟକ ରଖାଯାଇଥିଲା। ଏହି ଘଟଣାରେ ବିଦ୍ୟୁତ ବିଭାଗ ପକ୍ଷରୁ କୋମନା ଥାନାରେ ଏତଲା ଦିଆଯାଇଥିଲା।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁକୁ ଗିରଫ କରିବାକୁ କୋମନା ଥାନା ଏସ୍‌ଆଇ ବିଷ୍ଣୁପ୍ରସାଦ ସାହୁଙ୍କ ନେତୃତ୍ୱରେ ପୁଲିସ ଦଳ ଶୁକ୍ରବାର ରାତିରେ ବରକୋଟକୁ ଯାଇଥିଲେ। ପୁଲିସ ଅଶୋକକୁ ଗିରଫ କରି ଆଣୁଥିବାବେଳେ ପରିବାର ଲୋକେ ଠେଙ୍ଗା ବାଡ଼ି ଧରି ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପରିବାର ଲୋକେ ଅଶୋକକୁ ଛଡ଼ାଇ ନେବା ସହିତ କର୍ତ୍ତବ୍ୟରତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମାଡ଼ମାରି ଲହୁଲୁହାଣ କରି ପକାଇଥିଲେ।

- Advertisement -

ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ୨ ପୁଲିସ ଅଧିକାରୀଙ୍କ ସହିତ ୮ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାରେ ୧୭ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିଲା। ଆକ୍ରମଣକାରୀମାନେ ଫେରାର ଥିବାବେଳେ ପୁଲିସ ୩ ଜଣ ମହିଳାଙ୍କୁ କୋମନା ଥାନାକୁ ଆଣି ପଚରାଉଚରା କଲାପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିଲା। ଆଜି ମାଓପ୍ରବଣ ସୁନାବେଡ଼ା ଅଭୟାରଣ୍ୟରେ ଏକ ପାହାଡ଼ରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁକୁ କୋମନା ପୁଲିସ ଗିରଫ କରିଛି । ସୂଚନାଯୋଗ୍ୟ ଯେ ଏହି ଅଭିଯୁକ୍ତ ପୂର୍ବରୁ ମଧ୍ୟ ବନ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହେଉଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କୋମନା ପୁଲିସ କହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories