www.samajalive.in
Sunday, December 7, 2025
15.1 C
Bhubaneswar

ମାଟି ତଳୁ ଦନ୍ତା ହାତୀର କଙ୍କାଳକୁ ଉଦ୍ଧାର କଲା ବନ ବିଭାଗ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନଖଣ୍ଡ ନାରାୟଣପୁର ଶିବ ମନ୍ଦିର ପାଖରୁ ଗତ ମେ ମାସ ୯ ତାରିଖରେ ଦୁଇ ହାତୀଦାନ୍ତ ଜବତ ଘଟଣାରେ ମୃତ ହାତୀର ସୁରାକ ପାଇଛି ବନ ବିଭାଗ। ଗିରଫ ଅଭିଯୁକ୍ତ ମାନଙ୍କ ବୟାନକୁ ଆଧାର କରି କଲ୍ୟାଣସିଂହପୁର ବନାଞ୍ଚଳ ତଥା କୋଲନରା ବ୍ଲକ ଖେଦାପଡ଼ା ପଞ୍ଚାୟତର କିର୍କିଣ୍ଡା ଜଙ୍ଗଲରେ ଏହି ହାତୀକୁ ମାରି ପୋତି ଥିବା ସୁରାକ ପାଇଥିଲା।

ଜାଣନ୍ତୁ ବଜେଟରେ କ’ଣ ମହଙ୍ଗା ହେଲା


ସପ୍ତାହେ ହେଲା ଜଙ୍ଗଲର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ଗତକାଲି ପୋତା ଯାଇଥିବା ମୃତ ହାତୀର ସନ୍ଧାନ ପାଇଥିଲା ବନ ବିଭାଗ। ରାୟଗଡ଼ା ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଓହେଲଙ୍କ ସମେତ ୪ ଜଣ ପଶୁ ଡାକ୍ତରଙ୍କ ଉପସ୍ଥିତିରେ ମାଟି ତଳୁ ମୃତ ହାତୀର ଅଂଶ ବିଶେଷକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଶବ ବ୍ୟବଚ୍ଛେଦ କରାଯାଇଛି।
ପୂର୍ବରୁ କଲ୍ୟାଣସିଂହପୁର ମସଲା ବେପାରୀ ସୁରେନ୍ଦ୍ର ନାହାକ ଓ ସୁନାଖଣ୍ଡି ପଞ୍ଚାୟତ ମନେଇଗୁଡ଼ା ଗ୍ରାମର ଶଙ୍କର କଣ୍ଡାଗିରିଙ୍କୁ ହାତୀ ଦାନ୍ତ ସହିତ ନାରାୟଣପୁର ଶିବ ମନ୍ଦିର ପରିସରରେ ଗିରଫ କରିଥିଲା ବନ ବିଭାଗର ସ୍ୱତନ୍ତ୍ର ଟିମ। ସେମାନଙ୍କ ସୂଚନା ଆଧାରରେ ଦୁଇଟି ବାଘଛାଲ ସହ ୧୧ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ବନ ବିଭାଗ। ଏହି ଘଟଣାକୁ ଗୁରୁତର ସହ ନେଇ ଡ଼ିଏଫ୍‌ଓ ମୃତ ହାତୀର ଶବକୁ ଖୋଜି ବାହାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାୟଗଡ଼ା, କଲ୍ୟାଣସିଂହପୁର ଓ ବିଷମକଟକ ବନାଞ୍ଚଳରେ ଥିବା ୮ ବର୍ଗ କିଲୋମିଟର ଏହି କିର୍କିଣ୍ଡା ଜଙ୍ଗଲରେ ଅନେକ ସମୟରେ ହାତୀପଲ ଚଲାବୁଲା କରୁଥିବା ଅଞ୍ଚଳବାସୀ କହିଛନ୍ତି। ହାତୀ ମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଅଧିକ ଯତ୍ନବାନ ହେବା ସହ ଚୋରା ଚାଲାଣକାରୀ ଓ ଶିକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories