www.samajalive.in
Tuesday, December 9, 2025
17.1 C
Bhubaneswar

ପୌର ବୈଠକରେ ବର୍ଷାଜଳ ନିଷ୍କାସନ ଉପରେ ଗୁରୁତ୍ୱ

ଚୌଦ୍ୱାର: ଚୌଦ୍ୱାର ସହରରେ ବର୍ଷାଜଳ ନିଷ୍କସନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପୌର ପରିଷଦ ବୈଠକରେ ନିଷ୍ପତ୍ତି ନିଆ ଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ପୌରହିତ୍ୟରେ ପୌର ସଭା ଗୃହରେ ଅନୁଷ୍ଠିତ ଏହି ବୈଠକରେ ୱାର୍ଡ ଗୁଡିକରେ ବର୍ଷାଜଳ ନିଷ୍କାସନ, ଡ୍ରେନ ସଫେଇ, ମୁକୁଳା ଡ୍ରେନ ଗୁଡିକରେ ଘୋଡ଼ଣୀ ପକାଇବା ସହିତ ଘରେଘରେ ବ୍ଲିଚିଂ ବଣ୍ଟନ ଓ ମଶାଧୁଆଁ ଦେବା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ନିର୍ଦ୍ଦେଶ ଦେଇଥିଲେ ।

ପୌରପାଳିକା ଅଞ୍ଚଳରେ ହେବାକୁ ଥିବା ବିିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମ୍ପର୍କିତ ତଥ୍ୟ ବିଧାୟକ ଏବଂ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିବା ପାଇଁ ବିଧାୟକ ସୌଭିକ୍‌ ବିଶ୍ୱାଳ ପୌର ଇଂଜିନିୟର ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏକ ଫୁଡ଼କୋର୍ଟ ପ୍ରତିଷ୍ଠା କରି ରାସ୍ତାପାଖ ଏବଂ ଏଠିସେଠି ଖାଦ୍ୟ ବ୍ୟବସାୟ କରୁଥିବା ଉଠାଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା ।

- Advertisement -

ସରକାରୀସ୍ତରରେ ସଠିକ୍‌ ନିୟମାବଳୀ ଧାର୍ଯ୍ୟ ହୋଇପାରୁ ନଥିବାରୁ ୭,୮,୧୧ ଓ ୧୨ ନମ୍ବର ୱାର୍ଡ଼ ଅନ୍ତର୍ଗତ ଓଟିଏମ୍‌ କଲୋନୀ ଓ ବସ୍ତି ଅଞ୍ଚଳରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସ୍ଥାନୀୟ କାଉନ୍‌ସିଲର ସୁବ୍ରତ ସାମଲ ଅଭିଯୋଗ କରି ଏଥିପାଇଁ ଏକ ସଠିକ ନିୟମାବଳୀ ପ୍ରସ୍ତୁତ କରି ଏହି ଅଞ୍ଚଳରେ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ । ୧୭ ନମ୍ବର ୱାର୍ଡ଼ରେ ଜାତୀୟ ରାଜପଥ କଢ଼ରେ ଥିବା ସାହି ବସ୍ତିରୁ ବର୍ଷାଜଳ ନିଷ୍କାସନ ହୋଇ ନପାରି ସମସ୍ୟା ସୃଷ୍ଠି କରୁଥିବାରୁ ଜାତୀୟ ରାଜପଥ ପ୍ରକଳ୍ପ, ଜନସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ୍‌ ଓ ଇମ୍ଫାର ପ୍ରତିନିଧି ମାନଙ୍କୁ ନେଇ ଏକ ମିଳିତ ବୈଠକ କରି ସମସ୍ୟାର ସମାଧାନ କରିବାପାଇଁ ନିଷ୍ପତ୍ତି ନିଆ ଯାଇଥିଲା ।

ପୌରାଞ୍ଚଳରେ ଚାଲୁଥିବା ୪୭ଟି ଯାକ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ପ୍ରକାଶ କରି ଏଥିପାଇଁ ଆସିଥିବା ସରକାରୀ ଅନୁଦାନ କାହିିଁକି ଖର୍ଚ୍ଚ ନହୋଇ ପଡ଼ି ରହିଛିବୋଲି ପ୍ରଶ୍ନ କରିଥିଲେ ।ତୁରନ୍ତ ଟେଣ୍ଡର ମାଧ୍ୟମରେ କାର୍ଯ୍ୟଦେଶ ବଣ୍ଟନ କରି ସମସ୍ତ ଅଙ୍ଗନୱାଡ଼ି ଗୃହ ନିର୍ମାଣ କରିବାକୁ ପୌର ଇଂଜିନିୟର ମାନଙ୍କୁ ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories