www.samajalive.in
Tuesday, December 9, 2025
17.1 C
Bhubaneswar

ଭିଜିଲାନ୍ସ ଜାଲରେ ବୃନ୍ଦାବାହାଲ ସରପଞ୍ଚ

ଧର୍ମଗଡ଼: ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବ୍ଳକ ବୃନ୍ଦାବାହାଲ ସରପଞ୍ଚ ଦିନେଶ ରାଉତ। ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଅଟକ।‌ ମିଳିଥିବା ସୁଚନା ଅନୁଯାୟୀ ଦିନେଶ ରାଉତ (ମଣ୍ଟୁ) ଶୁକ୍ରବାର ଗୋଲାମୁଣ୍ଡା ବ୍ଳକରୁ ଘରକୁ ଫେରୁଥିବା ସମୟରେ ଖଲିଆକାନି ପାଖରେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା। ଅନୈତିକ ଉପାୟରେ ସେ ୫ ଲକ୍ଷ ୪୦ ହଜାର ଟଙ୍କା‌ ସଂଗ୍ରହ କରି ଘରକୁ ଫେରୁଥିବା ନେଇ ଭିଜିଲାନ୍ସ ବିଶ୍ଵସ୍ତ ସୁତ୍ରରୁ ଖବର ପାଇଥିଲା। ଏକ ବୋଲୋରେ ଯୋଗେ ଘରକୁ ଫେରୁଥିବା ସମୟରେ ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଭିଜିଲାନ୍ସ ଗାଡିକୁ ସିଜ କରିବା ସହ ତାଙ୍କୁ ଅଧିକ ପଚରାଉଚରା ପାଇଁ ନବରଙ୍ଗପୁର ନେଇଥିବା ବେଳେ ଆଉ ଦୁଇଟି ଟିମ୍ ତାଙ୍କ ଘର ଏବଂ ଆଉ ଏକ ସ୍ଥାନରେ ଚଢାଉ ଜାରି ରଖିଛି। ସୁଚନା ଯୋଗ୍ୟ ଯେ ଦିନେଶ ରାଉତ ବିଜେଡିର ଜଣେ ଦୃଢ ସମର୍ଥକ ସହ ଜୁନାଗଡ଼ ବିଧାୟକଙ୍କ ସହ ଖାସ ଅନୁଗତ ଅଟନ୍ତି। ସରକାର ବଦଳିବା ପରେ ଦିନେଶ ଭିଜିଲାନ୍ସ ଜାଲରେ ପଡିବା ଘଟଣାକୁ ନେଇ ଏଠାରେ ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories