www.samajalive.in
Sunday, December 7, 2025
13.1 C
Bhubaneswar

୬ କୋଟି ମାଇଲ ଖୁଣ୍ଟ ଛୁଇଁଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା

୨୦୧୪ରେ ଏଲ୍‍ପିଜି ସଂଯୋଗ ସାନ୍ଦ୍ରତା ୫୫ ପ୍ରତିଶତ ଥିଲା, ଏବେ ଏହା ୯୦ ପ୍ରତିଶତ
ବିଶ୍ୱର ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିଛି ଉଜ୍ଜ୍ୱଳା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଛଅ କୋଟିରେ ପହଞ୍ଚିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା । ବୁଧବାର ଉପରାଷ୍ଟ୍ରପତି ଏମ୍‍. ଭେଙ୍କେୟା ନାଇଡ଼ୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‍ୟୁୱାଇ) ଅଧୀନରେ ୬କୋଟିତମ ଏଲ୍‍ପିଜି ସଂଯୋଗକୁ ଦିଲ୍ଲୀ ଖାନପୁର ଶିବପାର୍କଠାରେ ଜସ୍ମିନା ଖାତୁନ୍‍ଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ୬ କୋଟି ଲକ୍ଷ୍ୟ ହାସଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ୍‍ ଏବଂ ଧର୍ମେନ୍ଦ୍ର ପ୍ରଧାନ, ତୈଳ ମନ୍ତ୍ରଣାଳୟ ଓ ତୈଳ ବିପଣନ କମ୍ପାନିଗୁଡ଼ିକର ସାମୁହିକ ପ୍ରଚେଷ୍ଟାକୁ ଉପରାଷ୍ଟ୍ରପତି ପ୍ରଂଶସା କରିଥିଲେ।
ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ବୋଲି ବର୍ଣ୍ଣନା କରି ସେ କହିଥିଲେ, ସମାଜର ଶେଷ ଧାଡ଼ିରେ ଥିବା ଗରିବ ଲୋକଙ୍କ ହିତ ଉଦ୍ଦେଶ୍ୟରେ ଜାତିର ପିତା ମହାତ୍ମା ଗାନ୍ଧି ଦେଖିଥିବା ସ୍ୱପ୍ନକୁ ପିଏମ୍‍ୟୁୱାଇ ପୂରଣ କରୁଛି। ଭାରତୀୟ ଅର୍ଥନୀତି ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ନିଜର ଦ୍ରୁତ ଯାତ୍ରା ଜାରି ରଖିଛି ଏବଂ ପିଏମ୍‍ୟୁୱାଇ ଭଳି ଯୋଜନା ଭାରତର ସାମାଜିକ ଅଭିବୃଦ୍ଧିରେ ସହାୟକ ହେଉଛି ବୋଲି ସେ ଶ୍ରୀ ନାଇଡ଼ୁ କହିଥିଲେ। ସଂସ୍କାର, ପ୍ରଦର୍ଶନ ଓ ପରିବର୍ତନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏହି କାର୍ଯ୍ୟକ୍ରମ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଦିଗରେ ଏକ ବିଶାଳ ପଦକ୍ଷେପ। ଏହା କେବଳ ଘରୋଇ ଧୂଅାଁଜନିତ ସ୍ୱାସ୍ଥ୍ୟଗତ ଓ ପରିବେଶଗତ ସମସ୍ୟାର ସମାଧାନ କରୁଛି ତାହା ନୁହେଁ ବରଂ ମହିଳାଙ୍କୁ ସଶକ୍ତ କରାଇ ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟ ପଥରେ ଆଗେଇ ନେଉଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଉପରାଷ୍ଟ୍ରପତି ଏକ ଶାନ୍ତିପୂର୍ଣ୍ଣ ବୈପ୍ଳବିକ ପରିବର୍ତ୍ତନ ବୋଲି ବର୍ଣ୍ଣନା କରିଛନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ ଏହି ଲକ୍ଷ୍ୟ ହାସଲ ପାଇଁ ସେ ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

- Advertisement -

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଲେ ଯେ, ଏଲ୍‍ପିଜି ଶୁଭାରମ୍ଭ ହେବାର ୫୦ ବର୍ଷ ମଧ୍ୟରେ କେବଳ ୧୩ କୋଟି ସଂଯୋଗ ଯୋଗାଇ ଦିଆଯାଇଥିଲା। କିନ୍ତୁ ଗତ ୫୪ ମାସ ମଧ୍ୟରେ ବତ୍‍ର୍ମାନର ସରକାରଙ୍କ ଦ୍ୱାରା ସମାନ ପରିମାଣର ଏଲ୍‍ପିଜି ସଂଯୋଗ ଯୋଗାଇ ଦିଆଯାଇଛି। ୨୦୧୪ରେ ଏଲ୍‍ପିଜି ସଂଯୋଗ ସାନ୍ଦ୍ରତା ୫୫% ଥିଲା ବେଳେ ଏବେ ଏହା ୯୦%କୁ ବୃଦ୍ଧି ହୋଇଛି। ପିଏମ୍‍ୟୁୱାଇ ଅଧୀନରେ ୮୦% ହିତାଧିକାରୀ ସେମାନଙ୍କ ସିଲିଣ୍ଡରକୁ ରିଫିଲିଂ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଆନ୍ତର୍ଜାତିକ ସଂଗଠନ ଓ ବିକଶିତ ରାଷ୍ଟ୍ରଗୁଡ଼ିକ ଦ୍ୱାରା ପିଏମ୍‍ୟୁୱାଇ ପ୍ରଶଂସିତ ହୋଇଛି ଏବଂ ବିଶ୍ୱର ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ଏହା ଉଦାହରଣ ସୃଷ୍ଟି କରିଛି। ଦେଶର ବିପିଏଲ୍‍ ପରିବାରକୁ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇବା ଉଦ୍ଦେଶ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ୍‍) ପରିବାରର ୫ କୋଟି ମହିଳାଙ୍କୁ ଜମା-ମୁକ୍ତ ଏଲ୍‍ପିଜି ସଂଯୋଗ ଦେବାକୁ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‍ୟୁୱାଇ) ସ୍କିମ୍‍ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୨,୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ ସହ ମୋଟ୍‍ ହିତାଧିକାରୀ ସଂଖ୍ୟାକୁ ୮ କୋଟିକୁ ବୃଦ୍ଧି କରାଯାଇଛି।

ସାର୍ବଜନୀନ ପିଏମ୍‍ୟୁୱାଇ ଅଧୀନରେ ସାମାଜିକ ଅର୍ଥନୈତିକ ଜାତି ଜନଗଣନା (ଏସ୍‍ଇସିସି) ତାଲିକା ଦ୍ୱାରା ଚିହ୍ନଟ ବର୍ଗ ଏବଂ ଏସ୍‍ଇସିସି ତାଲିକାରେ ସ୍ଥାନ ପାଇ ନ ଥିବା ଗରିବ ହିତାଧିକାରୀ ବର୍ଗ ଯଥା- ଏସ୍‍ସି/ଏସ୍‍ଟି ପରିବାର, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ପିଏମ୍‍ଏୱାଇ (ଗ୍ରାମୀଣ), ଅନ୍ତୋଦୟ ଅନ୍ନ ଯୋଜନା (ଏଏୱାଇ), ବନବାସୀ, ସବୁଠୁ ପଛୁଆ ଶ୍ରେଣୀ (ଏମ୍‍ବିସି), ଚା’ ଓ ପୂର୍ବଭାରତର ଚା’ ବଗିଚାରେ କାର୍ଯ୍ୟରତ ଆଦିବାସୀ ଏବଂ ଦ୍ୱୀପାଞ୍ଚଳ ନଦୀ-ଉପଦ୍ୱୀପରେ ବାସ କରୁଥିବା ଲୋକେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏଲ୍‍ପିଜି ସଂଯୋଗ ପାଇପାରିବେ। ପ୍ରାରମ୍ଭିକ ଭାବେ ରଖାଯାଇଥିବା ୫ କୋଟି ଏଲ୍‍ପିଜି ସଂଯୋଗ ଲକ୍ଷ୍ୟକୁ ଧାର୍ଯ୍ୟ ଅବଧି ୨୦୧୯ ମାର୍ଚ୍ଚ ୩୧ର ବହୁ ପୂର୍ବରୁ ସରକାର ହାସଲ କରିଛନ୍ତି। ପିଏମ୍‍ୟୁୱାଇ କାର୍ଯ୍ୟକାରିତା ଦ୍ୱାରା ଜାତୀୟ ଏଲ୍‍ପିଜି କଭରେଜ୍‍ରେ ମୁଖ୍ୟତଃ ପୂର୍ବାଞ୍ଚଚଳ ରାଜ୍ୟଗୁଡ଼ିକରେ ଆଖିଦୃଶିଆ ଅଭିବୃଦ୍ଧି ହୋଇଛି। ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳ ଗରିବ ପରିବାରଗୁଡ଼ିକ ବେଶ୍‍ ଉପକୃତ ହୋଇଛନ୍ତି ଏବଂ ପିଏମ୍‍ୟୁୱାଇର ମୋଟ୍‍ ହିତାଧିକାରୀଙ୍କ ମଧ୍ୟରୁ ୪୮% ହେଉଛନ୍ତି ଏସ୍‍ସି/ଏସ୍‍ଟି। ଏହି ଯୋଜନା ଅଧୀନରେ ଗ୍ୟାସ୍‍ ଷ୍ଟୋଭ କିଣିବା ଓ ପ୍ରଥମ ରିଫିଲ ପାଇଁ ସମର୍ଥ ହେଉ ନ ଥିବା ୭୪% ହିତାଧିକାରୀଙ୍କୁ ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ଋଣ ସୁବିଧା ଯୋଗାଇ ଦିଆଯାଇଛି। ପିଏମ୍‍ୟୁୱାଇ ଅଧୀନରେ ମୁଣ୍ଡପିଛା ଏଲ୍‍ପିଜି ବ୍ୟବହାର ୩.୨୮ ରହିଛି। ପୂର୍ବରୁ ପାରମ୍ପରିକ ରୋଷେଇ ଇନ୍ଧନ ଉପରେ ନିର୍ଭର କରୁଥିବା ପରିବାରର ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିଥିବା ଏହା ସ୍ପଷ୍ଟ ଦର୍ଶାଉଛି। ‘କୁଛ୍‍ ଶିଖେଁ, କୁଛ୍‍ ଶିଖାୟେଁ’ ଶୀର୍ଷକ ଦଳଗତ ଆଲୋଚନା ମାଧ୍ୟମରେ ଏଲ୍‍ପିଜି ବ୍ୟବହାରର ଅଭିଜ୍ଞତା ଆଦାନପ୍ରଦାନ ସହ ନିରାପଦ ଏଲ୍‍ପିଜି ବ୍ୟବହାର ଉଦ୍ଦେଶ୍ୟରେ ସଚେତନତା ପାଇଁ ଏଲ୍‍ପିଜି ପଞ୍ଚାୟତ ପାଳନ କରାଯାଉଛି। ତୈଳ ବିପଣନ କମ୍ପାନିଗୁଡ଼ିକ ବର୍ତ୍ତମାନ ସୁଦ୍ଧା ୫୯,୯୬୦ ସଂଖ୍ୟକ ଏଲ୍‍ପିଜି ପଞ୍ଚାୟତ ପାଳନ କରି ପିଏମ୍‍ୟୁୱାଇ ହିତାଧିକାରୀଙ୍କୁ ନିରାପଦ ଏଲ୍‍ପିଜି ବ୍ୟବହାର ସହ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରିଛନ୍ତି। ୨୦୧୮ ଡିସେମ୍ବର ୧ ସୁଦ୍ଧା ଦେଶରେ ୨୨୬୩୯ ଏଲ୍‍ପିଜି ବିତରକ ଅଛନ୍ତି। ଏଲ୍‍ପିଜି ବିତରକ ଭିତିଭୂମି ସୁଦୃଢ଼ କରିବାକୁ ତୈଳ ବିପଣନ କମ୍ପାନିଗୁଡ଼ିକ ୨୦୧୯ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ଆଉ ୮୩୫ ବିତରକ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ଗରିବ ପରିବାରକୁ ଏଲ୍‍ପିଜି ଶସ୍ତାରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ୫ କିଲୋଗ୍ରାମ ବିଶିଷ୍ଟ ରିଫିଲ ବିକଳ୍ପ ପ୍ରଚଳନ କରିଛନ୍ତି। ଏହି ବ୍ୟବସ୍ଥା ଅଧୀନରେ ଉଜ୍ଜ୍ୱଳା ହିତାଧିକାରୀମାନେ ୧୪.୨ କିଲୋଗ୍ରାମ ସିଲିଣ୍ଡରକୁ ୫ କିଲୋଗ୍ରାମ ସିଲିଣ୍ଡର ସହ ବଦଳାଇ ପାରିବେ। ୨୦୧୮ ଡିସେମ୍ବର ୩୧ ସୁଦ୍ଧା ୧,୩୩,୮୬୯ ଜଣ ହିତାଧିକାରୀ ଏହି ସ୍କିମ୍‍ର ଫାଇଦା ନେଇଛନ୍ତି। ଯେଉଁ ପିଏମ୍‍ୟୁୱାଇ ହିତାଧିକାରୀ ଗ୍ୟାସ୍‍ଷ୍ଟୋଭ୍‍ ପାଇଁ ଋଣ ସୁବିଧା ନେଇଛନ୍ତି କିମ୍ବା ପ୍ରଥମ ରିଫିଲ୍‍ କରିଛନ୍ତି ଅଥବା ଉଭୟ କରିଛନ୍ତି, ତୈଳ ବିପଣନ କମ୍ପାନିଗୁଡ଼ିକ ସେମାନଙ୍କୁ ୬ଟି ରିଫିଲ୍‍ ପର୍ଯ୍ୟନ୍ତ ବା ୧ବର୍ଷ ନିମନ୍ତେ ଋଣ ଆଦାୟ ସ୍ଥଗିତାଦେଶ ସୁବିଧା ଯୋଗାଉଛନ୍ତି। ପିଏମ୍‍ୟୁୱାଇ କାର୍ଯ୍ୟକାରିତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‍ଓ) ପ୍ରଶଂସା କରିଛି ଏବଂ ମହିଳାମାନେ ସମ୍ମୁଖୀନ ହେଉଥିବା ଘର ଭିତରର ସ୍ୱାସ୍ଥ୍ୟଜନିତ ପ୍ରଦୂଷଣ ରୋକିବା ଦିଗରେ ଏହା ଏକ ନିଷ୍ପତିମୂଳକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି। ଏହି ଯୋଜନା ଅଧୀନରେ ଆଜି ବହୁ ହିତାଧିକାରୀଙ୍କୁ ଏଲ୍‍ପିଜି ସଂଯୋଗ ଦିଆଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories