www.samajalive.in
Sunday, December 7, 2025
13.1 C
Bhubaneswar

ରାଫେଲ ବିମାନର ମୂଲ୍ୟକୁ ନେଇ ଶାସକ ବିରୋଧୀଙ୍କ କାଦୁଅ ଫିଙ୍ଗା ରାଜନୀତି

ନୂଆଦିଲ୍ଲୀ: ଯୁଦ୍ଧ ବିମାନ ରାଫେଲ କ୍ରୟକୁ ନେଇ ପୁଣି ଥରେ ସଂସଦ ସରଗରମ ହୋଇଛି। ସରକାର ଓ କଂଗ୍ରେସ ମଧ୍ୟରେ ରାଫେଲ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ପ୍ରସଙ୍ଗକୁ ନେଇ ଜେପିସି ତଦନ୍ତ ଦାବି ଉପସ୍ଥାପନ କରିବା ସହ ଏହି କିଣାବିକାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ଅପରପକ୍ଷରେ ରାଫେଲ ପ୍ରସଙ୍ଗରେ ସୁପ୍ରିମ କୋର୍ଟର ରାୟ ପ୍ରକାଶ ପାଇବା ପରେ ମଧ୍ୟ ଏହାର ପୁନର୍ବିଚାର ଆବେଦନ କରାଯାଇଛି।
ସଂସଦ ମଧ୍ୟରେ ଆଲୋଚନା ତୀବ୍ର ରୂପ ଧାରଣ କରିବାରୁ ବାଚସ୍ପତି ଲୋକସଭାକୁ ୩.୩୦ପର୍ଯ୍ୟନ୍ତ ସ୍ଥଗିତ କରିଥିଲେ। ସଂସଦ ମଧ୍ୟରେ କଂଗ୍ରେସ ସାଂସଦମାନେ କାଗଜର ଉଡ଼ାଜାହାଜ ନିର୍ମାଣ କରି ଉଡ଼ାଉ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ପିକର ସୁମିତ୍ରା ମହାଜନଙ୍କ ତାଗିଦ ସତ୍ତେ୍ୱ ମଧ୍ୟ କଂଗ୍ରେସ ସାଂସଦ ହୋ-ହଲ୍ଲାରୁ ନିବୃତ୍ତ ହୋଇ ନଥିଲେ। ଶେଷରେ ବିତ୍ତମନ୍ତ୍ରୀ ଅରୁଣ ଜେଟଲୀ ରାଫେଲ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ଯାଇ ଦେଶର ସୁରକ୍ଷା ପାଇଁ ଏଭଳି ଚୁକ୍ତିର ଅବାଶ୍ୟକତା ଥିଲା ବୋଲି ଯୁକ୍ତି ବାଢିଥିଲେ। ସେହିପରି ଦେଶର ପ୍ରମୁଖ ୩ଟି ବଡ଼ ଭ୍ରଷ୍ଟାଚାରରେ ଗୋଟିଏ ପରିବାରର ନାମ କିପରି ଆସିଲା ବୋଲି ପାଲଟା କଂଗ୍ରେସ ଉପରେ ଆକ୍ରମଣ କରିଥିଲେ ଶ୍ରୀ ଜେଟ୍‍ଲୀ। ଶ୍ରୀ ଜେଟ୍‍ଲୀ ରାଫେଲର ଉତ୍ତର ଦେବାକୁ ଯାଇ ବୋଫର୍ସ ଦୁର୍ନୀତି ସମ୍ପର୍କରେ ସଂସଦରେ ଆଲୋକପାତ କରିଥିଲେ। ବୋଫର୍ସ ଦୁର୍ନୀତି ବେଳେ ରାହୁଲ କିଶୋରାବସ୍ଥାରେ ଥିଲେ। ଯୁଦ୍ଧ ବିମାନ ସମ୍ପର୍କରେ ରାହୁଲଙ୍କ ଜ୍ଞାନ ନାହିଁ। ତେଣୁ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ସଂସଦରେ ପ୍ରଦାନ କରି କାର୍ଯ୍ୟକାଳକୁ ପ୍ରତିରୋଧ କରାଯାଉଛି ବୋଲି ଶ୍ରୀ ଜେଟ୍‍ଲୀ ପାଲଟା ଆକ୍ରମଣ କରିଥିଲେ।
ସେହିପରି ରାହୁଲଙ୍କ ପ୍ରଶ୍ନର ଉତ୍ତରରେ ବିତ୍ତମନ୍ତ୍ରୀ ସୁପ୍ରିମ କୋର୍ଟର ରାୟ ପାଇବା ପରେ ମଧ୍ୟ ରାହୁଲ କେଉଁ ଉଦ୍ଦେଶ୍ୟରେ ସଂସଦରେ ପ୍ରଶ୍ନ ଉଠାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେହିପରି ରାଫେଲ ଡିଲରେ ବାୟୁସେନାକୁ ମୋଟ୍‍ ୧୨୬ଟି ବିମାନର ଆବଶ୍ୟକତା ଥିଲା। ଏହି ପ୍ରକ୍ରିୟାରେ ୧୨୬ଟି ବିମାନ ପରିବର୍ତ୍ତେ କେବଳ ୩୬ଟି ବିମାନ କ୍ରୟ କରିବାର ନିଷ୍ପତ୍ତି କିଏ ନେଲା ବୋଲି ରାହୁଲ ପାଲଟା ପ୍ରଶ୍ନ କରିଥିଲେ। ରାହୁଲଙ୍କ ଏଭଳି ପ୍ରଶ୍ନରେ ଏଆଇଏଡିଏମକେ ମଧ୍ୟ ସମର୍ଥନ କରି ପ୍ରଧାନମନ୍ତ୍ରୀ ସ୍ପଷ୍ଟୀକରଣ ଦାବି କରିଥିଲେ। ଅପରପକ୍ଷରେ ରାଫେଲକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଦାବି କରୁଥିବା ବିଜେପି ଏହାର ଫାଇଲ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପାଖକୁ ଗଲା କେମିତି ବୋଲି ପ୍ରଶ୍ନ ଉଠାଇ ଥିଲେ। ଏକ ଅଡିଓ ଟେପକୁ ଭିତ୍ତି କରି ରାହୁଲଙ୍କ ଏଭଳି ଅଭିଯୋଗକୁ ବିତ୍ତମନ୍ତ୍ରୀ ଉକ୍ତ ଅଡିଓ ଟେପ ନକଲି ବୋଲି ଉତ୍ତର ରଖିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories