www.samajalive.in
Monday, December 8, 2025
17.1 C
Bhubaneswar

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ହେବ ଦକ୍ଷିଣ ମୋଡ

ପୁରୀ: ଜନ୍ମଦେବୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ପାଖେଇ ଆସିଲାଣି ବାହୁଡା ବେଳା। ଶୁକ୍ରବାର ଦର୍ପଦଳନ ଓ ତାଳଧ୍ବଜ ରଥର ଦକ୍ଷିଣ ମୋଡ କରାଯାଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଉତ୍ତରକୁ ମୁହଁ କରି ରହିଥିବା ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ଏବଂ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ଵାରକୁ ନିଆଯାଇଛି। ଆଜି(ଶନିବାର) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯିବ। ପରମ୍ପରା ଅନୁଯାୟୀ ଆଡପ ମଣ୍ଡପରେ ଦାରୁବ୍ରହ୍ମଙ୍କ ସକାଳ ଧୂପ ଶେଷ ହେବା ପରେ ତିନି ଜଣ ପୂଜାପଣ୍ଡା ସେବକ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ନେଇ ତିନି ରଥରେ ଲାଗି କରିଥିଲେ। ରଥରୁ ଚାରମାଳ ଫିଟାଯାଇ ଦଉଡି ଲଗାଯାଇଥିଲା। ଘଣ୍ଟୁଆଭ୍କ ମିଳିତ ଘଣ୍ଟବାଦ୍ୟରେ ଉଛୁଳି ଉଠିଥିଲା ଶରଧାବାଲି। ପୁଳିସ୍ କର୍ମଚାରୀ ଏବଂ ଶ୍ରଦ୍ଧାଳୁମାନେ ରଥ ଟାଣି ଦକ୍ଷିଣ ମୋଡ କରିଥିଲେ। ନବ ଦିନାତ୍ମକ ଯାତ୍ରାରେ ରଥରେ ଚଢି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ବିଜେ କରିଛନ୍ତି କାଳିଆ ଠାକୁର। ସୋମବାର ବାହୁଡା ଯାତ୍ରାରେ ନୀଳ କନ୍ଦର ଅଭିମୁଖେ ବାହୁଡିବେ ନୀଳମଣି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories