www.samajalive.in
Monday, December 8, 2025
24.1 C
Bhubaneswar

ରଥ ଉପରକୁ ମୋବାଇଲ ଫୋନ ନେବା ସମ୍ପୂର୍ଣ୍ଣ ନିଷେଧ

ଭୁବନେଶ୍ୱର (ସମାଜ ଡିଜିଟାଲ) – ଶୁକ୍ରବାର ପୂର୍ବାହ୍ନରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଡଃ ଅରବିନ୍ଦ ପାଢ଼ୀ କାର୍ଯ୍ୟରେ ଯୋଗଦେଇଛନ୍ତି ।ସେ ପ୍ରଥମେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ନୀତି କାନ୍ତି ସୂଚାର ରୂପେ ସମ୍ପାଦନାକୁ ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ । ରଥ ଉପରେ ଆବଶ୍ୟକ ସଂଖ୍ୟା ଠାରୁ ଅଧିକ ସେବାୟତ ଯେପରି ନ ରୁହନ୍ତି ସେଥିନେଇ ଧ୍ୟାନ ଦେବା ସହ, ରଥ ଉପରକୁ ମୋବାଇଲ ଫୋନ୍ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏଥିରେ ଖିଲାପ ହେଲେ ସଂମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।

ରଥ ଉପରେ ମୋବାଇଲ ଫୋନ ବ୍ୟବହାର ନେଇ ନିଷେଧାଦେଶ ରହିଛି । ରଥଯାତ୍ରା ବ୍ୟବସ୍ଥାବଳୀରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ହେଲେ ରଥ ଉପରକୁ ମୋବାଇଲ୍ ନିଆଯାଉଥିବା ପରିଲକ୍ଷିତ ହେଉଛି। ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ଯ ପ୍ରଶାସକ କହିଛନ୍ତି। ସେବା ସହ ଜଡ଼ିତ ନଥିଲେ ରଥ ଉପରକୁ କେହି ଯାଇ ପାରିବେନି। ଏଥିପାଇଁ ସେବାୟତମାନଙ୍କ ସହଯୋଗ କାମନା କରୁଛୁ। ଆମେ ଆଶା କରୁଛୁ ସେମାନେ ଆମକୁ ସହଯୋଗ କରିବେ। ଯାହାଦ୍ୱାରା ଆମ ସଂସ୍କୃତି ପ୍ରଚାର ପ୍ରସାର ପରିବର୍ତ୍ତେ ଯେପରି କୌଣସି ନିନ୍ଦା ଆସିବନି ବୋଲି ମୁଖ୍ଯ ପ୍ରଶାସକ ଅପିଲ କରିଛନ୍ତି ।

- Advertisement -

ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ।ଏଥିପାଇଁ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆସିବା ଯାଏ ଆମେ ଅପେକ୍ଷା କରିବା। ଏହି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେବ। ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ଗୁଡ଼ିକ ସୁରୁଖୁରରେ ସମ୍ପାଦନ କରାଯିବ। ଶ୍ରୀଜିଉଙ୍କ ନୀତି କିପରି ଭାବ ଶୃଙ୍ଖଳିତ ଭାବେ ହେବା ତା’ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। କିଭଳି ସମସ୍ତ ନିୟମ ଅନୁସାରେ ନୀତିକାନ୍ତି ହେବ ତାକୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ କହିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories