www.samajalive.in
Saturday, December 6, 2025
26.1 C
Bhubaneswar

ଭାରତରେ ଆତ୍ମହତ୍ୟା ଘଟଣା ବିଶ୍ବରେ ସର୍ବାଧିକ

ନୂଆଦିଲ୍ଲୀ : ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ଆତ୍ମହତ୍ୟା ଘଟଣା ସବୁଠାରୁ ଅଧିକ ବୋଲି ଜଣାପଡିଛି। ଏନ୍‌ସିଆରବି (ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ରିପୋର୍ଟ ମୁତାବକ ୨୦୨୨ରେ ଭାରତରେ ୧.୭୧ ଲକ୍ଷ ଲୋକ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ପ୍ରତି ୧ ଲକ୍ଷ ଲୋକରେ ୧୨.୪ ଜଣ ଆତ୍ମହତ୍ୟା କରୁଛନ୍ତି। ବିଗତ ବର୍ଷ ତୁଳନାରେ ଏହି ହାର ବୃଦ୍ଧି ପାଉଥିବା ରିପୋର୍ଟରେ ଦର୍ଶାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ମାନସିକ ଅବସାଦ ଯୋଗୁଁ ଭାରତରେ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। କେତେକ କ୍ଷେତ୍ରରେ ଏଭଳି ମାନସିକତା ବଂଶାନୁକ୍ରମିକ ହୋଇଥିବାବେଳେ ଅନ୍ୟତ୍ର ଅତ୍ୟଧିକ ମାନସିକ ଚାପ ଦାୟୀ ବୋଲି କୁହାଯାଇଛି। ଭାରତରେ ସାଧାରଣତଃ ଲୋକମାନେ କର୍ମସ୍ଥଳୀ, ଆର୍ଥିକ କାରବାର, ପ୍ରେମ ଏବଂ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ନେଇ ଅବସାଦର ଶିକାର ପାଲଟିଥାନ୍ତି। ଅବସାଦସ୍ତର ଅତ୍ୟଧିକ ବୃଦ୍ଧି ପାଇଲେ, ଏହା ଶେଷରେ ଆତ୍ମହତ୍ୟାର ରୂପ ନେଇଥାଏ ବୋଲି ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ ଉପାଧ୍ୟକ୍ଷ ଡ. ରାଜୀବ ମେହେଟ୍ଟା କହିଛନ୍ତି। ସଂପ୍ରତି ଭାରତରେ ଆତ୍ମହତ୍ୟା ଚତୁର୍ଥ ବୃହତ୍ତମ ସ୍ବାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ବୟସ୍କଙ୍କ ତୁଳନାରେ ଯୁବଗୋଷ୍ଠୀ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବେକାରୀ, ପ୍ରେମରେ ଧୋକା, ପାରିବାରିକ ସମସ୍ୟା ଯୁବଗୋଷ୍ଠୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯେଉଁମାନେ ମାନସିକସ୍ତରରେ ଏଭଳି ସ୍ଥିତିର ମୁକାବିଲା କରିବାକୁ ଅକ୍ଷମ ହୋଇଥାନ୍ତି, ସେହିମାନେ ହିଁ ଆତ୍ମହତ୍ୟାକୁ ଶେଷ ଅସ୍ତ୍ର ଭାବେ ବାଛିଥାନ୍ତି। ଏ ଦିଗରେ ଅଧିକ ଧ୍ୟାନ ଦେବାର ସମୟ ଆସିଛି ବୋଲି ଗୁରୁଗ୍ରାମସ୍ଥିତ ଫୋର୍ଟିସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ମନସ୍ତତ୍ତ୍ବବିଦ ସମ୍ଭବୀ ଜୟମନ କହିଛନ୍ତି। ମାନସିକ ଚାପର ବଶବର୍ତ୍ତୀ ହେଉଥିବା ଯୁବକ ଯୁବତୀଙ୍କୁ ବାଟକୁ ଆଣିବାକୁ ପରିବାର ସଦସ୍ୟଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କୁହାଯାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories