www.samajalive.in
Monday, December 8, 2025
27.1 C
Bhubaneswar

ଛତିଶଗଡ଼ର ଆଉ ଏକ ଷଡ଼ଯନ୍ତ୍ର, ଅଣମୌସୁମୀରେ ଶୁଖିଲା ପଡ଼ିବ ମହାନଦୀ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦର ସମାଧାନ ହୋଇନାହିଁ। ଏହି ବିବାଦ ଜାରି ରହିଥିବାବେଳେ ପଡ଼ୋଶୀ ଛତିଶଗଡ଼ ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ କଲମା ବ୍ୟାରେଜ ନିକଟରେ ୨୦ଟି ଜଳଯୋଗାଣ ପ୍ରକଳ୍ପ ତିଆରି କରୁଛି। ଏଥିପାଇଁ ଛତିଶଗଡ଼ ସରକାର ୭୦୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଥିବାବେଳେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏହାଦ୍ଵାରା ମହାନଦୀରେ ଉପରମୁଣ୍ଡରୁ ଜଳ ପ୍ରବାହ ପ୍ରଭାବିତ ହେବ। ପୂର୍ବ ଅପେକ୍ଷା ଆହୁରି କମ ପରିମାଣର ଜଳ ମହାନଦୀ ଦେଇ ଓଡ଼ିଶାକୁ ଆସିବ। ଫଳରେ ଏଣିକି ଅଣମୌସୁମୀ ସମୟରେ ଓଡ଼ିଶାକୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଶୁଖିଲା ପଡ଼ିଲେ ଚାଷୀକୂଳ ଜୀବିକା ହରାଇବା ସାଙ୍ଗକୁ ଭୂତଳ ଜଳ ଏବଂ ପାନୀୟ ଜଳ ସଙ୍କଟ ସୃଷ୍ଟି ହେବ। ସେହିପରି ବିଦ୍ୟୁତ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ।

ପୂର୍ବରୁ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ପକ୍ଷରୁ ୬୦ରୁ ଊର୍ଦ୍ଧ୍ବ ବ୍ୟାରେଜ ନିର୍ମାଣ ଯୋଗୁ ମହାନଦୀ ଅନେକ ସମୟରେ ଶୁଖିଲା ରହୁଥିଲା। ଫଳରେ ଅଣମୌସୁମୀ ସମୟରେ ହୀରାକୁଦ ଡ୍ୟାମକୁ ଜଳ ପ୍ରବାହ କମିବା ସହିତ ବିଦ୍ୟୁତ ଉତ୍ପାଦନ ଏବଂ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିଲା। ଛତିଶଗଡ଼ ପକ୍ଷରୁ ବ୍ୟାରେଜ ନିର୍ମାଣ ସମ୍ପର୍କରେ ଓଡ଼ିଶା ସରକାର ଜାଣିବା ପରେ ୨୦୧୬ରେ ଏହାକୁ ବିରୋଧ କରି କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ। ଓଡ଼ିଶାର ଅନୁରୋଧକ୍ରମେ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ ଗଠନ ହୋଇଛି। ହେଲେ ଏଯାଏ ତାହାର ସମାଧାନ ହୋଇ ନ ଥିବାବେଳେ ପୁନର୍ବାର ଛତିଶଗଡ଼ ମହାନଦୀରେ ନିର୍ମାଣ କରିଥିବା କଲମା ବ୍ୟାରେଜ ନିକଟରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିବାରେ ଲାଗିଛି। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଜଳ ବିବାଦର ସମାଧାନ ହେବ ବୋଲି ରାଜ୍ୟବାସୀ ଆଶା ରଖିଥିଲେ। କାରଣ କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ଛତିଶଗଡ଼ରେ ବି ସମାନ ସରକାର ରହିଛି। ତେଣୁ କେନ୍ଦ୍ର ଏବଂ ଦୁଇ ରାଜ୍ୟର ସରକାର ମିଶି ଏହି ବିବାଦକୁ ସମାଧାନ କରିବେ ବୋଲି ଆଲୋଚାନ ହେଉଥିଲା। କିନ୍ତୁ ଛତିଶଗଡ଼ର ଓଡ଼ିଶା ବିରୋଧୀ ମନୋଭାବ ଏହାକୁ ଅଧିକ ଜଟିଳ କରିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories