ଫାଷ୍ଟ୍ୟାଗ, ଫୋନ୍ ବିଲ୍ ସବୁ କିଛି ପେମେଣ୍ଟ କରିବା ହେଲା ସହଜ
ନୂଆଦିଲ୍ଲୀ : ଫ୍ଲିପକାର୍ଟ ଏବେ କେବଳ ଅନଲାଇନ୍ ସପିଂ ପ୍ଲାଟଫର୍ମ ହୋଇ ରହିନି । ଏବେ ଆପଣ ଫ୍ଲିପକାର୍ଟ ଆପରେ ଅନେକ ବିଲ୍ ପୈଠ କରିବା ସହ ରିଚାର୍ଜ ମଧ୍ୟ କରିପାରିବେ । ପୂର୍ବରୁ ଆପଣ ବିଜୁଳି ବିଲ୍ ଏବଂ ମୋବାଇଲ ରିଚାର୍ଜ କରିପାରୁଥିଲେ । କିନ୍ତୁ ଏବେ ଆପଣ ଫ୍ଲିପକାର୍ଟରେ ଆହୁରି ଅନେକ କିଛି ପୈଠ କରିପାରିବେ । ଯଥା ଫାଷ୍ଟ୍ୟାଗ୍ ରିଚାର୍ଜ, ଡିଟିଏଚ୍ ରିଚାର୍ଜ, ଲ୍ୟାଣ୍ଡଲାଇନ୍ ବିଲ୍, ବ୍ରଡବ୍ୟାଣ୍ଡ୍ ବିଲ୍ ଏବଂ ମୋବାଇଲ ପୋଷ୍ଟପେଡ୍ ବିଲ୍ ଆଦି ପୈଠ କରିପାରିବେ ।
ଏହି ପୈଠକୁ ସହଜ କରିବା ପାଇଁ ଫ୍ଲିପକାର୍ଟ ବିଲଡେସ୍କ କମ୍ପାନୀ ସହିତ ମିଶି କାମ କରିଛି । ବିଲଡେସ୍କ ଭାରତର ଏକ ଜଣାଶୁଣା ପେମେଣ୍ଟ କମ୍ପାନୀ । ଫ୍ଲିପକାର୍ଟ ଭାରତ ବିଲ୍ ପେମେଣ୍ଟ୍ସ ସିଷ୍ଟମ ସହିତ ମିଶି ନୂଆ ସେବା ଆରମ୍ଭ କରିଛି । ଫ୍ଲିପକାର୍ଟ ଏହି ନୂଆ ସେବାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଖାସ୍ ଅଫର ଦେଉଛି । ଯଦି ଆପଣ ଫ୍ଲିପକାର୍ଟ ୟୁପିଆଇର ବ୍ୟବହାର କରି ପୈଠ କରନ୍ତି ତେବେ ଆପଣଙ୍କୁ ନିଜ ସୁପରକଏନ୍ସରେ ସମ୍ପୂର୍ଣ୍ଣ ବିଲ୍ ପୈଠରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରେ । ଏହି ଅଫର ସୀମିତ ସମୟ ପାଇଁ ରହିଛି । ଫ୍ଲିପକାର୍ଟ ନିଜ ୟୁପିଆଇ ସେବା ଆରମ୍ଭ କରିଛି ଯାହା ରିଚାର୍ଜ ଓ ବିଲ୍ ପୈଠର ଏକ ସୁରକ୍ଷିତ ଏବଂ ସହଜ ପ୍ରକ୍ରିୟା । ଗ୍ରାହକ ଏହି ସେବା ବ୍ୟବହାର ସୁପରକଏନ୍ସ ଏବଂ କ୍ୟାଶବ୍ୟାକ୍ ରୂପେ ରିଓ୍ବାର୍ଡ କମାଇପାରିବେ ।
Comments are closed.