www.samajalive.in
Monday, December 8, 2025
17.1 C
Bhubaneswar

ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ରଥଯାତ୍ରା

ଭୁବନେଶ୍ୱର : ବାହାରିନର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ‘ବାହାରିନ ଓଡ଼ିଆ ସମାଜ’ ଘୋଷଯାତ୍ରା ପାଳନ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ। ପାରମ୍ପରିକ ରୀତିରେ, ବାହାରିନ ଓଡ଼ିଆ ସମାଜର ସଭାପତି ପ୍ରଭାକର ପାଢ଼ୀ ଓ ଶ୍ରୀ ଶ୍ରୀ ରାଧା ଗୋପାଳ କୃଷ୍ଣ ମନ୍ଦିରର ୟାଦଵପତି କୃଷ୍ଣଦାସ ପ୍ରଭୁ ଓ ପ୍ରଶାନ୍ତ ପ୍ରଭୁ ରଥ ଉପରେ ଛେରାପହଁରା କରିବା ପରେ ରଥ ଆଗକୁ ଗଡ଼ିଥିଲା, ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେଲା ପରେ ଶ୍ରଦ୍ଧାଳୁ ମାନେ ଭାବବିହ୍ୱଳ ହୋଇଥିଲେ। ବାହାରୀନରେ ଥିବା ଭାରତୀୟ ଦୂତାବାସର ଦ୍ୱିତୀୟ ସଚିବ ଇହଜାସ ଅସଲମ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଆରବ ଦେଶର ବିଶିଷ୍ଟ ଓଡ଼ିଆ ଶିଳ୍ପପତି ଦେବଲୋକନାଥ ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ, ଶେଷରେ କିଛି ଭକ୍ତ ଓଡ଼ିଶାର ବିଭିନ୍ନ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ବାହାରିନ ଓଡ଼ିଆ ସମାଜର କୋଷ।ଦକ୍ଷ ପ୍ରିୟ ଦତ୍ତ ରୟ, ସାଂସ୍କୃତିକ ସଂପାଦକ ଅଙ୍କିତା ନାୟକ, କ୍ରୀଡା ସମ୍ପାଦକ ଅମରେଶ ପଣ୍ଡା ଭକ୍ତ ମାନଙ୍କ ଗହଣରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥଲେ।

- Advertisement -

ରଥ ନିର୍ମାଣ ଠୁ ଆରମ୍ଭ କରି ରଥ ଯାତ୍ରା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ବିଷ୍ଣୁ ପ୍ରସାଦ ମହାନ୍ତି, କିଶୋର ଦାସ, ମନୋଜ୍ ଲୁଗୁନ, ରାମ ଚନ୍ଦ୍ର ସାହୁ, ଚିନ୍ମୟ ମହାପାତ୍ର , ଅଶୋକ ପାଣି, ଭବାନୀ ପ୍ରସାଦ ମିଶ୍ର, ବସନ୍ତ କୁମାର ସାବତ, ସରୋଜ ସାମଲ, ସୁରଜିତ୍, ପ୍ରବୋଧ ଷଢଙ୍ଗି, ନୟନ ମହାରଣା, ସୌମ୍ୟଦର୍ଶୀ ଦାଶ, ଦିଲ୍ଲୀପ ସ୍ୱାଇଁ, ଶିବାଶିଷ ମହାନ୍ତି, ପପୁନା ବସ୍ତିଆ , ଅନିରୁଧ ବିଶ୍ୱାଳ , ଲକ୍ଷ୍ମୀକାନ୍ତ ନନ୍ଦ ଓ ଅନେକ ସଦସ୍ୟ ସହଯୋଗ କରିଥଲେ। ବିଦେଶର ରଥ ଯାତ୍ରା ପାଳନ କରିବା ପ୍ରତ୍ୟେକ  ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟର କଥା ବୋଲି ଜନ ସମ୍ପର୍କ ସମ୍ପାଦକ ଅମରନାଥ ସୁବୁଧି କହିଥିଲେ। ବାହାରିନ ଓଡ଼ିଆ ସମାଜର ସଭାପତି ପ୍ରଭାକର ପାଢ଼ୀ ଭକ୍ତ ମାନଙ୍କୁ ବାହାରିନରେ ରଥ ଯାତ୍ରା ପାଳନ କରିବା ପ୍ରଭୂ ଜଗନ୍ନାଥଙ୍କ ଲୀଳା ଓ କରୁଣା ବୋଲି କହିଥିଲେ। ପାରମ୍ପରିକ ରୀତିନୀତିରେ ରଥ ଯାତ୍ରା କାର୍ଯ୍ୟକ୍ରମ ସାରି ଥିବାରୁ ସମସ୍ତ ପ୍ରବାସୀ ଓଡ଼ିଆକୁ ଧନ୍ୟବାଦ ଜଣାଇବା ସହ ସଂଗଠନକୁ ସୁଦୃଢ କରିବା ଓ ଜଗନ୍ନାଥ ସଂସ୍କୃତି, ପରମ୍ପରା କିଭଳି ଭାବରେ ପ୍ରଚାର ପ୍ରସାର ହେବା ସହ ପ୍ରତ୍ୟେକ ବର୍ଷ ବାହାରିନରେ ରଥ ଯାତ୍ରା ହେବ ଆଲୋଚନା କରିଥଲେ। ଅର୍ପିତା ସାହୁ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ସର୍ବ ଶେଷରେ ଯୁଗ୍ମ ସାଧାରଣ ସଂପାଦକ ସାରଦା ପଟ୍ଟନାୟକ ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories