www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; କୁକୁର ବେକରେ ମହିଳା ପିନ୍ଧାଇଲେ ୨.୫ ଲକ୍ଷର ସୁନା ଚେନ୍..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ ହୋଇଥାଏ, ଯେଉଁଥିରେ କୁକୁର ମାନଙ୍କ ପ୍ରତି ଥିବା ଭଲ ପାଇବା ଏକ ଉଦାହରଣ ସାଜିଥାଏ। ନିଜ ପୋଷା କୁକୁରକୁ ବିିଭିନ୍ନ ଜିନିଷ ଦେବା ସହ ସେମାନଙ୍କ ପ୍ରତି ଥିବା ଭଲ ପାଇବା ଦେଖିବାକୁ ମିଳିଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓ ଲୋକଙ୍କ ଧ୍ୟାନକୁ ବେଶ ଆକର୍ଷିତ କରୁଛି। ଜଣେ ମହିଳା ନିଜର ପୋଷା କୁକୁରକୁ କିଛି ଖାସ୍ ଅନୁଭବ କରାଇବା ପାଇଁ ଏଭଳି କିଛି କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ଲୋକଙ୍କ ହୃଦୟକୁ ଜିତି ପାରିଛି।

- Advertisement -

ଭିଡିଓ ଆରମ୍ଭରେ ଦେଖିପାରିବେ, ଜଣେ ମହିଳା ଖୁବ୍ ଭାବିଚିନ୍ତି ଅଳଙ୍କାର ଦୋକାନରୁ ଏକ ସୁନା ଚେନ୍ କିଣୁଛନ୍ତି। ସେହି ସମୟରେ ମହିଳାଙ୍କ ପୋଷା କୁୁକୁର ତାଙ୍କୁ ଖୁବ୍ ଧ୍ୟାନ ସହ ଦେଖୁଛି। ନିଜ ଜନ୍ମ ଦିନର ଉପହାର ପାଇଁ ଅପେକ୍ଷା କରିବା ଭଳି। ସେହି ସମୟରେ ମହିଳା ଜଣଙ୍କ ସଭିଁଙ୍କୁ ଆଶ୍ଚର୍ଯ୍ୟ କରାଇବା ସହ ନିଜ ପୋଷା କୁକୁରକୁ ଲକ୍ଷାଧିକ ଟଙ୍କାର ଦାମୀକିଆ ଜିନିଷ ଉପହାର ଦେଉଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓ ମୁମ୍ବଇର ବୋଲି କୁହାଯାଉଛି। ମହିଳା ଜଣଙ୍କ ନିଜ ପୋଷା କୁକୁରକୁ ୨.୫ ଲକ୍ଷ ଟଙ୍କାର ଚେନ୍ ଉପହାର ଦେଇଥିବା ନଜର ଆସିଛନ୍ତି। ଏହି ୩୫ ଗ୍ରାମର ସୁନା ଚେନ୍ ଦାମ୍ ୨.୫ ଲକ୍ଷରୁ ମଧ୍ୟ ଅଧିକ।
ଭିଡିଓ ଏବେ ଖୁବ୍ ଚର୍ଚ୍ଚାରେ ରହିଥିବା ସହ ଲୋକେ ଏହାକୁ ବେଶ ପସନ୍ଦ କରୁଛନ୍ତି। ଲୋକେ ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେବା ସହ କହିଛନ୍ତି ଭାଗ୍ୟଶାଳୀ କୁକୁର। କେହି କେହି କହିଛନ୍ତି ନିଜ ପୋଷା କୁୁକୁର ପାଇଁ ଏଭଳି ଭଲ ପାଇବା କମ୍ ଦେଖିବାକୁ ମିଳେ।

ଦେଖନ୍ତୁ ଭିଡିଓ ; କାବା କରିବ ସିଂହର ବୁଦ୍ଧି, କଲା ଏମିତି..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories