ରଥଯାତ୍ରାରେ ଅଘଟଣ: ୮ ଆହତ, ଜଣେ ମୃତ

ପୁରୀ: ରଥଯାତ୍ରା ଆରମ୍ଭ ହେଉ ହେଉ ଶ୍ରୀକ୍ଷେତ୍ରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ସମୟରେ ୮ରୁ ୧୦ ଜଣ ଦଳାଚକଟାରେ ଆହତ ହୋଇଥିବାବେଳେ ତାଳଧ୍ବଜ ଟଣା ହେବାବେଳେ ଜଣେ ପୁରୁଷ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ଠେଲାପେଲା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଥିବା ସମୟରେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରାଯାଇଛି । ଅନ୍ୟପଟେ ଆହତମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆଯାଇଛି । ତାଳଧ୍ବଜ ଟାଣିବା ସମୟରେ ଦଳାଚକଟାରେ ଗୁରୁତର ହୋଇଥିବା ପୁରୁଷ ଶ୍ରଦ୍ଧାଳୁଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବାବେଳେ ତାଙ୍କ ବୟସ ୪୫ରୁ ୫୦ ବର୍ଷ ହେବ ବୋଲି ସୂଚନା ମିଳିଛି । ଅଣନିଶ୍ବାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଶ୍ରୀଜୀଉଙ୍କ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର

Comments are closed.