www.samajalive.in
Monday, December 8, 2025
20.1 C
Bhubaneswar

ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ସଜାଡିବାକୁ ଉତ୍କଣ୍ଠାର ଦାବି

ସମ୍ବଲପୁର: ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଣ୍ଠା ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିକୁ ସଜାଡି ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଜିଲାପାଳଙ୍କ ଜରିଆରେ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ଶବ ଗୁଡିକୁ ସଂରକ୍ଷିତ ରଖିବା ପାଇଁ ରଖାଯାଇଥିବା ଡିଫଫ୍ରିଜର ଅଚଳ ରହିଛି। ଫଳରେ ଅନେକ ସମୟରେ ଜନତା ଡିଫଫ୍ରିଜରରେ ନିଜର ପରିଜନଙ୍କ ଶବକୁ ରଖିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋଭିଡ ସମୟରେ ଆଇସିୟୁର ସେବା ଡାକ୍ତରଖାନାରେ ଆରମ୍ଭ କରାଯାଇଥିବା ବେଳେ କୋଭିଡ ପରେ ତାହାକୁ ବନ୍ଦ କରି ଦିଆଯାଇଛି। ଫଳରେ ଲୋକେ ବେସରକାରୀ ଆଇସିୟୁ ବ୍ୟବସ୍ଥା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ସିଂହଭାଗ ସମୟରେ ଦୁର୍ଘଟଣା କିମ୍ବା ଅନ୍ୟ କିଛି ଆପାତକାଳୀନ ସ୍ଥିତିରେ ସିଟି ସ୍କାନ ପାଇଁ ବୁର୍ଲା ଭିମସାରକୁ ରେଫର କରି ଦିଆଯାଉଛି। ସରକାର ପୂର୍ବରୁ ସିଟି ସ୍କାନ ମେସିନ ପାଇଁ ପାଣ୍ଠି ପ୍ରଦାନ କରିଥିବାର ଖବର ରହିଥିବା ବେଳେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବାର ଉଚିତ। ଡାଏଲିସିସ ୟୁନିଟରେ ଅଧିକ ସଂଖ୍ୟକ ବେଡ କରାଗଲେ, ରୋଗୀ ମାନେ କରୁଥିବା ଅଧିକ ସମୟ ଅପେକ୍ଷାକୁ କମ କରାଯାଇ ପାରିବ ଏବଂ ସେମାନେ ଏହା ଦ୍ୱାରା ଉପକୃତ ହେବେ। ଏଥି ସହ ଡାଏଲିସିସ କେନ୍ଦ୍ରରେ ଡାକ୍ତର ମଧ୍ୟ ଉପସ୍ଥିତ ରହିବାର ବ୍ୟବସ୍ଥା କରାଯିବା ଉଚିତ ବୋଲି ଦାବିପତ୍ରରେ ଦର୍ଶାଯାଇଛି। ଜନତାଙ୍କୁ ଚିିକିତ୍ସା ସମ୍ବନ୍ଧୀୟ ବହୁମୁଖୀ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଡିଫ ଫ୍ରିଜର, ସିଟି ସ୍କାନ, ଆଇସିୟୁ ଓ ଡାଏଲିସିସ କେନ୍ଦ୍ରରେ ଅଧିକ ବେଡ ସଂଖ୍ୟା ବୃଦ୍ଧି କରାଯାଉ ବୋଲି ଅନୁଷ୍ଠାନ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ମହେନ୍ଦ୍ର କୁମାର ମିଶ୍ର, ନାରାୟଣ ମିଶ୍ର, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ସଞ୍ଜୟ କୁମାର ଷଡଙ୍ଗୀ, ଶ୍ରବଣ ପତି, ଧର୍ମେନ୍ଦ୍ର ପଟ୍ଟନାୟକ, ସୁର୍ଯ୍ୟ ପ୍ରକାଶ ଗୁରୁ, ରଞ୍ଜିତ ରଥ, ଚନ୍ଦ୍ରଶେଖର ନାୟକ, ଅଶୋକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories