www.samajalive.in
Tuesday, December 9, 2025
15.1 C
Bhubaneswar

ହୀରାଖଣ୍ଡ ନାଗରିକ ପରିଷଦର କାର୍ଯ୍ୟକାରୀ କମିଟି ବୈଠକ

ସମ୍ବଲପୁର: ସମ୍ବଲପୁରର ହୀରାଖଣ୍ଡ ନାଗରିକ ପରିଷଦର କାର୍ଯ୍ୟକାରୀ କମିଟିର ବୈଠକ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶନିବାର ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରଫୁଲ୍ଲ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା କରାଯାଇଛି। ବିଶେଷ କରି ସିକିଲ ସେଲ ଓ ଥାଲିସେମିଆ ପାଇଁ ଭିମସାର ଠାରେ ଏକ ରିସର୍ଚ୍ଚ ସେଣ୍ଟର ଖୋଲାଯିବାକୁ ଭାରତ ସରକାରଙ୍କ ନିକଟକୁ ଅନୁଷ୍ଠାନ ପକ୍ଷରୁ ଏକ ପତ୍ର ଲେଖି ଅନୁରୋଧ କରାଯିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟକ ସିକିଲ ସେଲ ଓ ଥାଲିସେମିଆ ରୋଗୀ ଥିବା ବେଳେ ସେମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିବାରୁ ଭିମସାର ଠାରେ ଏକ ୫୦ ଶଯ୍ୟା ବିଶିଷ୍ଟ ୟୁନିଟ କରିବାକୁ ମଧ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ଏଥି ସହ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ କମ୍ୟୁନିଟି ହଲ ମଧ୍ୟ ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ଅନୁରୋଧର ପ୍ରସ୍ତାବ ଗୃହୀତ ହୋଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡା. ଜୟଦେବ ମେହେର, ରତ୍ନଭୂଷଣ ପୃଷେଠ, ଅରବିନ୍ଦ ମହାପାତ୍ରଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories