www.samajalive.in
Tuesday, December 9, 2025
16.1 C
Bhubaneswar

ହାତ୍ରାସ୍‍ ଦଳାଚକଟା ଘଟଣା: ଭୋଲେ ବାବା କହିଲେ ମୁଁ ମର୍ମାହତ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶ ହାତ୍ରାସରେ ଘଟିଥିବା ଦଳାଚକଟା ଘଟଣାର ୪ଦିନ ପରେ ମୁହଁ ଖୋଲିଛନ୍ତି ସଂପୃକ୍ତ ଭୋଲେ ବାବା ଓରଫ ସୁରଜପାଲ । ଏକ ଭିଡ଼ିଓରେ ହାତ୍ରାସ୍‍ ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜୁଲାଇ ୨ରେ ଘଟିଥିବା ଘଟଣାରେ ମୁଁ ଅତ୍ୟନ୍ତ ମର୍ମାହତ । ପୀଡିତଙ୍କ ପରିବାରକୁ ଏହି ଦୁଃଖରୁ ବାହାରିବା ପାଇଁ ଭଗବାନ ଶକ୍ତି ଦିଅନ୍ତୁ । ସମସ୍ତେ ସରକାର ଓ ପ୍ରଶାସନ ଉପରେ ଭରସା ରଖନ୍ତୁ । ମୋ ବିଶ୍ୱାସ ରହିଛି ଯେ ଯେଉଁମାନଙ୍କ ଭୁଲରୁ ଏଭଳି ଘଟଣା ଘଟିଲା ସେମାନଙ୍କୁ ଛଡାଯିବ ନାହିଁ । ମୁଁ ମୋ ଓକିଲଙ୍କ ସହ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛି ସେମାନେ ଶୋକସନ୍ତପ ପରିବାର ଏବଂ ଆହତଙ୍କ ସହ ଛିଡା ହେବେ । ଯାହା ସହାୟତା ଆବଶ୍ୟକ ହେବା ଜୀବନସାରା କରିବାକୁ ଅନୁରୋଧ କରିଛନ୍ତି ଭୋଲେ ବାବା । ସୂଚନା ଅନୁସାରେ ହାତ୍ରାସ୍‍ ଦଳାଚକଟା ଘଟଣାରେ ତଦନ୍ତ କରୁଛି ଏସଆଇଟି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏସଆଇଟିର ପ୍ରାଥମିକ ରିପୋର୍ଟ ସମ୍ପର୍କରେ ସୂଚନା ଦିଆଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories